ଗଣେଶଙ୍କ ଏହି ରୂପ ଦେଖିଲେ ମନସ୍କାମନା ପୂରଣ ହୋଇଥାଏ...

ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦେଖୁଛନ୍ତି କି । ଗଣେଶଙ୍କର କେଉଁ ରୂପ ଦେଖୁଛନ୍ତି ସେଥିରେ ମଧ୍ୟ ରହିଛି ଅନେକ ମହତ୍ତ୍ୱ। ସ୍ୱପ୍ନ ସହ ଜଡିତ କିଛି ଶୁଭ ଏଂବ ଅଶୁଭ ସଙ୍କେତ। ପ୍ରତ୍ୟେକ ମଣିଷ ଶୋଇବା ପରେ କିଛି ନା କିଛି ସ୍ୱପ୍ନ ଦେଖିଥାଏ। କିଛି ସ୍ୱପ୍ନ ମନେ ରୁହେ ତ ଆଉ କିଛି ମନେ ରୁହେ ନାହିଁ। କିଛି ସ୍ୱପ୍ନ ବ୍ୟକ୍ତିକୁ ଭୟଭୀତ କରେ, ଆଉ କିଛି ସୁଖଦ ଅଭିଜ୍ଞତା ଦେଇଥାଏ । ଅନେକ ଥର ଭଗବାନ ଆମ ସ୍ୱପ୍ନରେ ଦେଖାଯାଆନ୍ତି। ଯଦି ଆପଣ ସ୍ୱପ୍ନରେ ଭଗବାନ ଗଣେଶଙ୍କ ବିଭିନ୍ନ ରୂପ ଦେଖନ୍ତି, ତେବେ ଏହା ବହୁତ ବିରଳ ।
ସ୍ୱପ୍ନରେ ନିଜକୁ ଭଗବାନ ଗଣେଶଙ୍କ ପୂଜା କରୁଥିବାର ଦେଖିବା ବହୁତ ଶୁଭ । ଏହାର ଅର୍ଥ ହେଉଛି ସମସ୍ତ ଦୁଃଖ ଶୀଘ୍ର ଦୂର ହେବାକୁ ଯାଉଛି । ବ୍ରହ୍ମ ମୁହୂର୍ତ୍ତରେ ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦେଖିବାର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀ ଆପଣଙ୍କୁ ଆଶୀର୍ବାଦ କରିବାକୁ ଯାଉଛନ୍ତି । ଆପଣଙ୍କ ଘରକୁ ସମୃଦ୍ଧି ଆସିବ।
ସ୍ୱପ୍ନରେ ଭଗବାନ ଗଣେଶଙ୍କ ବିସର୍ଜନ ଦେଖିବା ଭଲ ନୁହେଁ । ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ । ଏଥିପାଇଁ ସତର୍କ ରହିବା ଉଚିତ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଦେଖିବା ବହୁତ ଶୁଭ । ଏହାର ଅର୍ଥ ହେଉଛି ଆପଣଙ୍କ ଘରେ କିଛି ଶୁଭ କାମ ହୋଇପାରେ। ଏହା ସହିତ ଆପଣଙ୍କୁ କିଛି ଭଲ ଖବର ମଧ୍ୟ ମିଳିପାରେ।
