Videos
|
National

ଆମେରିକା ହୋଟେଲରେ ୬୦ଟି ରୁମ୍‌ ବୁକ୍‌ କଲେ ପାକିସ୍ତାନୀ ଖେଳାଳୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆମେରିକା ହୋଟେଲରେ  ୬୦ଟି ରୁମ୍‌ ବୁକ୍‌ କଲେ ପାକିସ୍ତାନୀ ଖେଳାଳୀ

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟ ପ୍ଲେୟାସଙ୍କ ହରକତ ସବୁବେଳେ ବିବାଦ ଘେରକୁ ଚାଲିଆସିଥାଏ।  ଏଇ ଯେମିତି  ଟି୨୦ ଓ୍ୱାର୍ଲ୍ଡ କପ ଖେଳିବାକୁ ଯାଇଥିଲେ ଆମେରିକା କିନ୍ତୁ  ସାଙ୍ଗରେ ସ୍ତ୍ରୀ, ପିଲା, ବାପା ମା, ବନ୍ଧୁବାନ୍ଧବ, ସାଙ୍ଗସାଥିଙ୍କୁ ମିଶାଇ ୨୮ ଜଣଙ୍କୁ ସାଙ୍ଗରେ ନେଇଥିଲେ । ପୁରା  ଟିମ୍‌ ଲାଗି ହୋଟେଲରେ  ୬୦ ଟି ରୁମ୍‌ ବୁକ୍‌ କରାଯାଇଥିଲା । ଯାହା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନାର ଶିକାର ହେବାକୁ ପଡୁଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପାଖାପାଖି ୩୪ ଖେଳାଳୀ, ସହଯୋଗୀ ଷ୍ଟାଫ  ଏବଂ ଅଧିକାରୀଙ୍କ ବ୍ୟତିତ ହୋଟେଲ୍‌ ୨୬ ରୁ ୨୮ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।   ତେବେ ଖେଳଳୀମାନଙ୍କ ମଧ୍ୟରେ  ବାବର  ଆଜମ, ହାରିସ ରାଉଫ୍‌, ଶାଦାବ ଖାନ, ଫଖର ଜମାଙ୍ଗ ଏବଂ ମହମ୍ମଦ ଆମିର ସାମିଲ ଅଛନ୍ତି ଯାହାଙ୍କ ପରିବାର ସଦସ୍ୟ  ତାଙ୍କ ସହିତ ଆମେରିକା ଯାଇଥିଲେ। 

ତେବେ ଖେଳାଳୀ ପରିବାରକୁ  ସାଥିରେ ନେବା ବାବଦ ଖର୍ଚ୍ଚ ବହୁତ ହୋଇଥିଲା । ଯାହାର ଭରଣ ଖେଳାଳୀମାନେ  କରିଥିଲେ କିନ୍ତୁ  ପରିବାରର ସଦସ୍ୟ ସାଥିରେ ରହିବା ଦ୍ୱାରା ଖେଳାଳୀଙ୍କ  ଧ୍ୟାନକୁ ପ୍ରଭାବିତ କରିଥାଏ ଯେଉଁଥିପାଇଁ ଫିଳ୍ଡରେ ସେମାନେ ଭଲ ଖେଳି ପାରିନଥାନ୍ତି । ତେବେ ଏହି ସବୁ ହରକତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ  ସବୁବେଳେ ବିବାଦରେ ରହିଆସୁଛି।   ଟି୨୦ ବିଶ୍ୱକପରେ ନୈରାସ୍ୟଜନକ ପଦର୍ଶନ ଏବଂ ଗ୍ରୁପ ଷ୍ଟେଜରୁ ବାହାର ହୋଇଥିଲା ପାକିସ୍ତାନ ଟିମ୍‌ । ଏହା ପରଠୁ ସାମ୍ନାକୁ ଆସୁଛି ପାକ୍‌ ପ୍ଲେୟାର୍ସମାନଙ୍କ ଅଜିବ ଗରିବ ହରକତ୍‌। ଆଉ ପିସିବିକୁ ନାନା କଥାର କହୁଛନ୍ତି ସମାଲୋଚକ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: