Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡେଲିଭରୀ ବୟର କାହାଣୀ, ସ୍କଲାରସିପ ପାଇଁ ଜୋମାଟୋ ସିଇଓଙ୍କୁ ଅନୁରୋଧ କଲେ ବ୍ୟକ୍ତି

National

ଡେଲିଭରୀ ବୟର କାହାଣୀ, ସ୍କଲାରସିପ ପାଇଁ ଜୋମାଟୋ ସିଇଓଙ୍କୁ ଅନୁରୋଧ କଲେ ବ୍ୟକ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଡେଲିଭରୀ ବୟର କାହାଣୀ, ସ୍କଲାରସିପ ପାଇଁ ଜୋମାଟୋ ସିଇଓଙ୍କୁ ଅନୁରୋଧ କଲେ ବ୍ୟକ୍ତି

ଅର୍ଗସ ବ୍ୟୁରୋ : ଶିବା ସର୍କାର । ଜଣେ ସାଧାରଣ ଡେଲିଭରୀ ବୟ । ଜୋମାଟରୁ ଖାଦ୍ୟ ଲୋକଙ୍କ ପାଖକୁ ଡେଲିଭରୀ କରିଥାନ୍ତି । କିନ୍ତୁ ମନ ଭିତରେ ସାଇତି ରଖିଥାନ୍ତି ନିଜ ଛାତି ତଳର କୋହ, ଯନ୍ତ୍ରଣାକୁ । ଯାହାକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ହିମାଂଶୁ ବୋହରା । ଏମିତି ଏକ କାହାଣୀ ଯାହା କେବଳ ହିମାଂଶୁ ନୁହେଁ, ବରଂ ସେ କାହାଣୀକୁ ପଢିଥିବା ପ୍ରତ୍ୟେକଟି ପାଠକଙ୍କ ହୃଦୟକୁ ବିଚଳିତ କରିଛି । କାହାଣୀ ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଶିବା ସର୍କାରଙ୍କ ଭଳି ଅନେକ ଡେଲିଭରୀ ବୟଙ୍କୁ କିପରି ସାହାଯ୍ୟ କରାଯାଇପାରିବ । ଦିଲ୍ଲୀର ଜଣେ ବ୍ୟକ୍ତି ହିମାଂଶୁ ବୋରା ଏପରି ଏକ କାହାଣୀ ଲିଙ୍କଡେନ ପ୍ରୋଫାଇଲରେ ଶେୟାର କରିଛନ୍ତି, ଯାହା ଅନେକଙ୍କୁ ପ୍ରଭାବିତ କରିଛି । କେବଳ ସେମିତି ନୁହେଁ ଏଥିପାଇଁ ସେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲଙ୍କୁ ଏକ ଅନୁରୋଧ ମଧ୍ୟ କରିଛନ୍ତି ।


କାହାଣୀ ଆରମ୍ଭରେ ସେ ଲେଖିଛନ୍ତି, ଦିନେ ରାତି ୩ଟାରେ ସେ ନିଜର ଅଫିସ କାମ ସାରିବା ପରେ ଜୋମାଟୋରୁ କିଛି ଖାଦ୍ୟ ଅର୍ଡର କରିଥିଲେ । କିଛି ସମୟ ପରେ ଜଣେ ଡେଲିଭରୀ ବୟ ଖାଦ୍ୟ ନେଇ ପହଞ୍ଚିଥିଲେ । ଆଉ ହିମାଂଶୁ ତାଙ୍କ ପାଖରୁ ଖାଦ୍ୟ ଆଣିବା ବେଳେ ସେ ତାଙ୍କୁ ଚାହିଁ ସ୍ମିତହାସ୍ୟ ଦେଇଥିଲେ । କିନ୍ତୁ ସେ ହସ ପଛରେ ଲୁଚିଥିଲା ଅନେକ ଯନ୍ତ୍ରଣା, ଅନେକ କାହାଣୀ । ଯେଉଁ କାହାଣୀକୁ ଶୁଣିବାକୁ ତାକୁ ଘର ଭିତରକୁ ଡାକିଥିଲେ ହିମାଂଶୁ । ଆଉ ସେତେବେଳେ ତାଙ୍କୁ ପାଣି ପିଇବାକୁ କହିଥିଲେ । ଏହାପରେ ଶିବା ଆରମ୍ଭ କରିଥିଲେ ନିଜର ସଂଘର୍ଷମୟ ଜୀବନର କାହାଣୀ । ଶିବାଙ୍କୁ ମାତ୍ର ୨୦ ରୁ ୨୧ ବର୍ଷ । ଯେଉଁ ବୟସରେ କଲେଜରେ ପାଠପଢି ସାଙ୍ଗସାଥୀଙ୍କ ମଉଜ ମସ୍ତି କରି ଜୀବନକୁ ଉପଭୋଗ କରିବା କଥା, ସେହି ବୟସରେ ପରିବାରର ଦାୟିତ୍ବକୁ ନିଜ ଉପରେ ସମ୍ପୁର୍ଣ୍ଣ ଭାବେ ଲଦି ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇଛନ୍ତି । ବାପା ଚାଲିଯିବା ପରେ ଅଷ୍ଟମ ଶ୍ରେଣୀରୁ ପାଠରେ ଡୋରୀ ବାନ୍ଧିଥିଲେ । ପରିବାରର ଭରଣ ପୋଷଣ ତଥା ବଡ ଭଉଣୀକୁ ବାହା କରେଇବା ପାଇଁ ଏମିତି ଏକ ରୋଜଗାରର ପନ୍ଥା ବାଛିଥିଲେ ଶିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଧିରେଧିରେ ତାଙ୍କର ସବୁ ସ୍ବପ୍ନ ଆଖିରେ ମିଳେଇ ଯାଇଥିଲା । କେବଳ ଗୋଟିଏ ଆଶା ପରିବାରକୁ କିପରି ସମ୍ଭାଳିବେ । ମନରେ ହଜାରେ ଇଚ୍ଛା ଥିଲେ ବି ପରିବାରର ବୋଝ ତାଙ୍କୁ ବାଧ୍ୟ କରିଥିଲା ଏମିତି ରୋଜଗାର କରିବାକୁ । କେବଳ ଶିବା ନୁହନ୍ତି, ଶିବାଙ୍କ ଭଳି ଏମିତି ଅନେକ ଯୁବକ ଯୁବତୀ ଅଛନ୍ତି, ଯିଏ ନିଜ ସ୍ବପ୍ନକୁ ଧୂଳିସାତ୍ କରିଦେଇଛନ୍ତି ପରିବାରର ଚାପରେ । ସେମାନଙ୍କ ପାଇଁ କିଛି ସାହାଯ୍ୟ କରିବାକୁ ଲେଖିଛନ୍ତି ହିମାଂଶୁ । ସେ ଏହାକୁ ନେଇ ଜୋମାଟୋର ସିଇଓଙ୍କୁ ଲେଖିଛନ୍ତି, ଯଦି ଜୋମାଟୋ ଦ୍ବାରା କିଛି ସ୍କଲାରସିପ , କିଛି ଲୋନ୍‌ର ବ୍ୟବସ୍ଥା କରାଯାଇ ପାରନ୍ତା, ତେବେ ଶିବାଙ୍କ ଭଳି ଜୋମାଟୋରେ କାମ କରୁଥିବା ଆଉ କିଛି ଡେଲିଭରୀ ବୟଙ୍କ ସ୍ବପ୍ନ କିଛି ପରିମାଣରେ ପୂରଣ ହୋଇପାରନ୍ତା । ଏହି ପୋଷ୍ଟରେ ଜୋମାଟୋର ଅଫିସିଆଳ ଆକାଉଣ୍ଟ ପକ୍ଷରୁ ଉତ୍ତର ମଧ୍ୟ ରଖାଯାଇଛି । ସେ କହିଛନ୍ତି, "ଏମିତି ଏକ କାହାଣୀକୁ ଆମ ସାମ୍ନାକୁ ଆଣିଥିବାରୁ ଆପଣଙ୍କୁ ଧନ୍ୟବାଦ । ଆମେ ଆମର କର୍ମାଚାରୀ ମାନଙ୍କ ପାଇଁ ସତରେ ଗର୍ବିତ ।" ଏଥିସହ ସେହି ଡେଲିଭରୀ ପାର୍ଟନରଙ୍କ ଅର୍ଡର ଆଇଡି ମଧ୍ୟ ତାଙ୍କୁ ଧନ୍ୟବାଦ ଦେବାପାଇଁ ମାଗିଛନ୍ତି ।

Sponsored
Story of Delivery Boy, The Man Who urges to Zomato CEO For Scholarship | Argus News