Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜେଲ୍‌ରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ

National

ଜେଲ୍‌ରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ

Ritu Das
Browse all articles by Ritu Das
·1 year ago·2 min read
ଜେଲ୍‌ରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ

Key Points

  • ଜେଲ୍‌ରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ
  • ହାଇକୋର୍ଟରୁ ଜାମିନ ସତ୍ତ୍ୱେ ଜେଲରେ କାଟିଲେ ରାତି
  • ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା
  • ଜେଲରୁ ବାହାରି ଫ୍ୟାନ୍ସଙ୍କୁ ପ୍ରତିକ୍ରିୟା ଦେଲେ ଅଲ୍ଲୁ
  • ମୃତକଙ୍କ ପରିବାରକୁ ସମବେଦନା ସହ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ
  • ଦୁର୍ଭାଗ୍ୟବଶତଃ ଏପରି ଘଟିଛି, ଏଭଳି କେବେ ହୋଇ ନ ଥିଲା ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବି

ଚଞ୍ଚଲଗୁଡା ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଶୁକ୍ରବାର ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି। ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ରାତିରେ ବେଲ ପେପର ଆସିବାରେ ବିଳମ୍ୱ ହେବାରୁ ସୁପର ଷ୍ଟାରଙ୍କୁ ଜେଲରେ ରହିବାକୁ ପଡିଥିବା ସୂଚନା ମିଳିଛି । ତେବେ ଜେଲରୁ ବାହାରି ସମସ୍ତଙ୍କୁ SORRY କହିଛନ୍ତି ଅଲ୍ଲୁ ଅର୍ଜୁନ। ଦୀର୍ଘ ୨୦ ବର୍ଷ ହେଲା ମୁଭି ରିଲିଜ ଦିନ ଥିଏଟର ଯାଏ କିନ୍ତୁ କେବେ ବି ଏଭଳି ଘଟି ନ ଥିଲା। ଆଉ ଯାହା ବି ଘଟିଲା ସେଥିପାଇଁ ମୁଁ ଦୁଃଖିତ। ସେଥିପାଇଁ ସର୍ବସାଧାରଣଙ୍କୁ କ୍ଷମା ମାଗୁଛି।


ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି ନ ଘଟିବା ପାଇଁ ଆଗକୁ ଧ୍ୟାନ ଦେବି। ଆଇନକୁ ସବୁବେଳେ ସମ୍ମାନ ଦିଏ ସବୁଥିରେ ମୁଁ ସହଯୋଗ କରିବି। ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ ଜମାଇଥିଲେ । ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଜି ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ମୁକ୍ତ ହୋଇଛନ୍ତି । ଶୁକ୍ରବାର ଅଲ୍ଲୁ ଅର୍ଜୁନଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ଚିକ୍କଡ଼ପଲ୍ଲୀ ଥାନା ପୋଲିସ।


ନାମପଲ୍ଲୀ କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାନ୍ଧୀ ହସ୍ପିଟାଲ ନିଆଯାଇଥିଲା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରିଥିଲେ ନାମପଲ୍ଲୀ କୋର୍ଟ। ଅଲ୍ଲୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ବିଚାରପତି। ତେବେ ଜାମିନ ଖାରଜ ହେବା ପରେ ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅଲ୍ଲୁଙ୍କ ଓକିଲ। ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିବା ସୂଚନା ମିଳିଛି । ଡିସେମ୍ବର ୪ର ସତ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ପାଇଁ ପାଇଁ ସନ୍ଧ୍ୟା ସିନେମା ହଲ ଘଟଣାର ଦୁଇ ଦିନ ପୂର୍ବରୁ ପୋଲିସଠାରୁ ସୁରକ୍ଷା ମଗାଯାଇଥିଲା, ଯେଉଁଥିରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହି ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭଇରାଲ ହେଉଛି। ଯେଉଁଥିରେ ସନ୍ଧ୍ୟା ସିନେମା ହଲ ଡିସେମ୍ବର ୨ ରେ ପୋଲିସକୁ ଏକ ଚିଠି ଲେଖିଥିଲା । ଏଥିରେ ଡିସେମ୍ବର ୪ ପାଇଁ ସୁରକ୍ଷା ମଗାଯାଇଥିଲା। କିନ୍ତୁ ହାଇଦ୍ରାବାଦ ପୋଲିସ ପ୍ରିମିୟର ପାଇଁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି କହିଛି।

Sponsored
Superstar Allu Arjun released from jail | Argus News