Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଗୁରୁ ଦିବସ: ବଦଳିଛି ଶିକ୍ଷା ଗ୍ରହଣ କରିବାର ମାଧ୍ଯମ, ବଦଳିନି ଗୁରୁଙ୍କ ପ୍ରତି ସମ୍ମାନ..

Priyanka Panda
Browse all articles by Priyanka Panda
·10 months ago·2 min read
ଆଜି ଗୁରୁ ଦିବସ: ବଦଳିଛି ଶିକ୍ଷା ଗ୍ରହଣ କରିବାର ମାଧ୍ଯମ, ବଦଳିନି ଗୁରୁଙ୍କ ପ୍ରତି ସମ୍ମାନ..

Key Points

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର..

ଗୁରୁ ସାକ୍ଷାତ ପରଂବ୍ରହ୍ମ .. ତସ୍ମୈ ଶ୍ରୀ ଗୁରବେ ନମଃ..

ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ

ଆଜି ହେଉଛି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ। ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକ ଦେଖାନ୍ତି ଗୁରୁ। ସେଥିପାଇଁ ତ କୁହାଯାଏ ଗୁରୁ ବିନା ଜ୍ଞାନ ଅସମ୍ଭବ । ଗୁରୁ ବିନା ଜୀବନ ମୂଲ୍ୟ ହୀନ। ବାପା ମାଆଙ୍କ ପରେ ଗୁରୁ ହିଁ ଜୀବନର ମାର୍ଗଦର୍ଶକ। ସେଥିପାଇଁ ତ କୁହାଯାଏ ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ବର। କାରଣ ଗୁରୁ ଆମକୁ ଜୀବନର ମୂଲ୍ୟବୋଧର ଶିକ୍ଷା ଦିଅନ୍ତି, ଆମକୁ ମାର୍ଜିତ କରାନ୍ତି ଏବଂ ଆମକୁ ଶୃଙ୍ଖଳିତ କରିବା ପାଇଁ କଠୋର ହୋଇ ଅନୁଶାସନ ମଧ୍ୟ କରନ୍ତି। ଆଉ ଗୋଟିଏ ଶିଷ୍ୟର ସଫଳତାରେ ହିଁ ନିଜର ସଫଳତାକୁ ଦେଖନ୍ତି ଗୁରୁ। କେବଳ ପାଠ ପଢ଼ିବା ପାଇଁ ନୁହେଁ.. ଖେଳ କୁଦ, ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ସବୁ କ୍ଷେତ୍ରରେ ଆମକୁ ଗୁରୁଙ୍କର ଆବଶ୍ୟକତା ଥାଏ। ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ । ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସଲ ଗୁରୁ ଶିଷ୍ୟକୁ ପଥ ପ୍ରଦର୍ଶନ କରାନ୍ତି ଏବଂ ସେହି ପଥରେ ଯାଇ ଶିଷ୍ୟ ସଫଳତା ପାଏ ।

ତେବେ ଭାରତୀୟ ପରମ୍ପରାରେ ଗୁରୁପୂଜା କାହିଁ କେଉଁ ପୁରାତନ ଯୁଗରୁ ପ୍ରଚଳିତ ହୋଇ ଆସୁଛି । ଆଉ ଗୁରୁଙ୍କ ପ୍ରତି ସେହି ଶ୍ରଦ୍ଧା ଏବଂ ସମ୍ମାନ ଆଜି ବି ଉଜ୍ଜୀବିତ ହୋଇ ରହିଛି। ପୁରାତନ କାଳରେ ଗୁରୁକୁଳ ଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଘଟି ଆନୁଷ୍ଠାନିକ ଶିକ୍ଷାର ପ୍ରଚଳନ ହୋଇଛି। ଦଣ୍ଡଯୁକ୍ତ ଶିକ୍ଷା ଆଜି ଦଣ୍ଡ ମୁକ୍ତଶିକ୍ଷା ଭାବରେ ପରିଚିତ ହୋଇଛି। ପୂର୍ବରୁ ପ୍ରାୟତଃ ଜାତି, ଲିଙ୍ଗର ଭେଦଭାବ ଥିବା ବେଳେ ବର୍ତ୍ତମାନ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଶିକ୍ଷା ବାଧ୍ୟତା ମୂଳକ ହୋଇଛି। ଶିକ୍ଷା ଗ୍ରହଣ କରିବାର ମାଧ୍ୟମ ବଦଳିଛି ସତ କିନ୍ତୁ ବିନା ଗୁରୁରେ ଆଜି ବି ଜୀବନ ଅନ୍ଧାର। ଆମକୁ ପ୍ରତି ଟି କଥା ଶିଖାଉଥିବା ବ୍ୟକ୍ତି ହିଁ ଆମର ଗୁରୁ.. ପାଠ ପଢ଼ିବା ପରେ ଯିଏ ଯେକୌଣସି ବିଭାଗରେ କାର୍ଯ୍ୟ କରୁ ନା କାହିଁକି ନିଜ ଜାଣତରେ ହେଉ ବା ଅଜାଣତରେ ସେଠାରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ନିଜର ଗୁରୁ ରୂପରେ ମାନି ନେଇଥାନ୍ତି.. ତେଣୁ ଗୁରୁ ଏକ ଏପରି ଶବ୍ଦ ଯାହାର ବାକ୍ଷା କେବଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମାଧ୍ୟମରେ ହିଁ କରି ହେବ..

ତେବେ ଭାରତରେ ଗୁରୁପୂଜାର ପରମ୍ପରା ରହିଥିଲେ ମଧ୍ୟ ସଠିକ ଦିନ ଧାର୍ଯ୍ୟ କରାଯାଇନଥିଲା। ଆମେ ମାନେ ଅନେକ ଦିବସ ପାଳନ କରୁଥିଲେ ବି ଗୁରୁ ଦିବସ ବୋଲି କିଛି ନଥିଲା। ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାଙ୍କ ଜନ୍ମ ଦିବସ ପାଳନ ନ କରି ସେହି ଦିନଟିକୁ ସମସ୍ତ ଗୁରୁଙ୍କ ପାଇଁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଆଉ ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ଦେଶବାସୀ ପାଳୁଛନ୍ତି ପବିତ୍ର ଗୁରୁ ଦିବସ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Teachers Day 2025: Honoring Dr. Sarvepalli Radhakrishnan on Teacher's Day | Argus News