Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନେପାଳରେ ଭୟଙ୍କର ଭୂ-କମ୍ପ: କୋଠା ଭୁଶୁଡ଼ି ୫୩ ମୃତ

Ritu Das
Browse all articles by Ritu Das
·1 year ago
ନେପାଳରେ ଭୟଙ୍କର ଭୂ-କମ୍ପ: କୋଠା ଭୁଶୁଡ଼ି ୫୩ ମୃତ

ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି। ଫଳରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି ଶକ୍ତିଶାଳୀ ଭୂକମ୍ପ ଚାଇନା ଏବଂ ନେପାଳ, ଭାରତ, ବାଂଲାଦେଶ ସମେତ ଅନ୍ୟାନ୍ୟ ଦେଶକୁ ଥରାଇ ଦେଇଛି।


ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମଙ୍ଗଳବାର ସକାଳ ୬.୩୫ରେ ଭୂକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୭.୧ ରେ ମାପ କରାଯାଇଥିଲା । ଏଥି ସହିତ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ଦତର ଶିଜଙ୍ଗରେ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-terrible-earthquake-in-nepal-53-dead-in-building-collapse | Argus News