Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - `ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଐତିହାସିକ ରାୟ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ'

National

`ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଐତିହାସିକ ରାୟ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ'

Ritu Das
Browse all articles by Ritu Das
·1 year ago·3 min read
`ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଐତିହାସିକ ରାୟ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ'

Key Points

•    ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଲକ୍ଷାଧିକ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ 
•    ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ କଟିବଦ୍ଧ 
•    ଏହି ରାୟ, ଦେଶର ପରୀକ୍ଷା ବ୍ୟବସ୍ଥା ଉପରେ ସମାଲୋଚନା କରି ନିଜର ସ୍ୱାର୍ଥ ପାଇଁ ଉପଯୋଗ କରି ରାଜନୈତିକ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ଆଖି ଖୋଲିବ 
•    ଦେଶର ପରୀକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରିଛନ୍ତି
•    ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଭାବନା ସହ ଖେଳି ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ଦରକାର 
 

ଅର୍ଗସ ବ୍ୟୁରୋ: ନିଟ୍-ୟୁଜି ଉପରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ଦ୍ୱାରା ସତ୍ୟର ବିଜୟ ହୋଇଛି । ଏହି ନିଷ୍ପତି ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିବା ସହ ଲକ୍ଷ ଲକ୍ଷ କଠିନ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ଏ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ହିତରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ବଜାୟ ରଖୁଥିବା ଏହି ଐତିହାସିକ ରାୟ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଦ୍ୟାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ କଟିବଦ୍ଧ ଅଛି । ନିଟ୍ ପରୀକ୍ଷାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଗଠିତ କମିଟି ସମସ୍ତ ଦିଗରୁ ଘଟଣାକୁ ଅନୁଧ୍ୟାନ କରିବା ସହ ନିଜର କାମ ଜାରି ରଖିଛନ୍ତି । ସିବିଆଇ ମଧ୍ୟ ନିଜର କାମ ଜାରି ରଖିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁବପିଢି, ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଆଶ୍ୱସ୍ତ କରୁଛି ଯେ ଏନଟିଏ ସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସମସ୍ତ ପ୍ରକ୍ରିୟାରେ ଯେଉଁ ଅବ୍ୟବସ୍ଥା ହୋଇଛି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତ ସରକାର ଘଟଣାର ମୂଳ ସ୍ତରକୁ ଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲୁଥିବା ସରକାର ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ସ୍ୱାର୍ଥକୁ ସର୍ବାଗ୍ରେରେ ରଖି କାମ କରୁଛି। 

ଅପରପକ୍ଷରେ ବିଗତ ଦିନ ଧରି ନିଟ୍  ପ୍ରସଙ୍ଗରେ ବିରୋଧୀ ଦଳର ଭୂମିକା ନିନ୍ଦନୀୟ । ଦେଶର ଶିକ୍ଷା ବ୍ୟବସ୍ଥା ପ୍ରତି ସମାଲୋଚନା ସେମାନଙ୍କ ବୌଦ୍ଧିକ ଅପରିପକ୍ୱତାକୁ ଦର୍ଶାଉଛି । ଦେଶରେ ଆଇଆଇଟି, ଆଇଆଇଏମରୁ ପାଠ ପଢି ଛାତ୍ରଛାତ୍ରୀମାନେ ବିଶ୍ୱରେ ନିଜର ଗୌରବ ବଢାଉଛନ୍ତି । ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଦେଶର ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରୁଛନ୍ତି। 

ଏହା ଦ୍ୱାରା ଦେଶର ଗୌରବ ବଢୁଛି । ମାତ୍ର ଏହି ସବୁ ପରୀକ୍ଷାକୁ ନିନ୍ଦିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରିଛନ୍ତି ।  ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଭାବନା ସହ ଖେଳି ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ଦରକାର । ଯେଉଁମାନେ ଦେଶର ପରୀକ୍ଷା ବ୍ୟବସ୍ଥାକୁ ସମାଲୋଚନା କରି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ସ୍ୱାର୍ଥ ପାଇଁ ଉପଯୋଗ କରି ରାଜନୈତିକ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରିଛନ୍ତି, ଏହି ରାୟ ସେମାନଙ୍କ ଆଖି ଖୋଲିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
 

Sponsored
``Thanks to Hon'ble | Argus News