Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

National

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

ଅର୍ଗସ ବ୍ୟୁରୋ:   ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଯାହାକୁ ନିଜର ସବୁଠାରୁ ବଡ଼ ଉପଲବ୍ଧି କହି ପ୍ରଚାର କରିଥିଲା 24 ବର୍ଷର ବିଜେଡି ସରକାର । ଏବେ ସେହି ପରିକ୍ରମା ପ୍ରକଳ୍ପର ଡିଜାଇନ୍ ବଦଳିବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ବଡ଼ ବୟାନ। ଲୋକଙ୍କ ଧର୍ମୀୟ ଭାବନାକୁ ନଜରରେ ରଖି ପରିକ୍ରମା ପ୍ରକଳ୍ପର ନୂଆ ଡିଜାଇନ୍ ନେଇ ଆଲୋଚନା ଚାଲିଛି । 3 ମାସ ଭିତରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।


ନୂଆ ଡିଜାଇନରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ମଣ୍ଡପ ରହିବ । ବୈଦିକ ପରମ୍ପରାରେ ଯଜ୍ଞାଦି କର୍ମର ରହିଛି ଅନେକ ମହତ୍ବ ଓ ଗୁରୁତ୍ବ । ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଉତ୍କଳୀୟ କାରୁକାର୍ଯ୍ୟରେ ଏକ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବାର ପ୍ରସ୍ତାବ ଅଛି। ଯେଉଁଥିରେ ପ୍ରତ୍ୟେହ ସକାଳୁ ସନ୍ଧ୍ୟା ଯାଏଁ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବ। ସେଇଭଳି ଜ୍ଞାନ ଯଜ୍ଞ ଆଧାରରେ ବାହାରୁ ଆସୁଥିବା ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସଂପର୍କରେ ଅବଗତ କରାଇବା ପାଇଁ ଡକ୍ୟୁମେଣ୍ଟାରୀ, ଅଡ଼ିଟୋରିୟମ କରାଯିବ। ଅନ୍ନ ଯଜ୍ଞ ଅର୍ଥାତ୍ ବିନାମୂଲ୍ୟରେ ଭକ୍ତଙ୍କୁ ପ୍ରତ୍ୟକ ଦିନ ନିଶୁଳ୍କ ମହାପ୍ରସାଦ ପ୍ରଦାନ ସହ ସ୍ୱଳ୍ପ ମୂଲ୍ୟରେ ପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ମଠାଧୀଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରିକ୍ରମା ପ୍ରକଳ୍ପକୁ ନେଇ ବଡ଼ ପ୍ରଚାର କରିଥିଲେ ବିଜେଡି ସରକାର। ତେବେ ଆରମ୍ଭରୁ ହିଁ ଏହାକୁ ନେଇ ରହିଥିଲା ବିବାଦ ଓ ଅସନ୍ତୋଷ । ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ୧୯ଟି ମଠ କ୍ଷତିଗ୍ରସ୍ତ କରାଗଲା। ଗାଦି ଘରକୁ ଛାଡ଼ି ବାକି ଅଂଶ ମନ ଇଚ୍ଛା ଭଙ୍ଗା ଗଲା । ଫଳରେ ଧୁଳିସାତ୍ ହେଲା ମଠ ଗୁଡ଼ିକରେ ଥିବା ଘୃତ, ଜ୍ଞାନ ଓ ଅନ୍ନ ଯଜ୍ଞ ମଣ୍ଡପ। ପ୍ରକଳ୍ପର ଉଦ୍ଦେଶ୍ୟରେ ବି ଆରମ୍ଭରୁ ନ ଥିଲା ସ୍ପଷ୍ଟତା । ବାରମ୍ବାର DPR ପରିବର୍ତ୍ତନ କରାଯିବା ସହ NMA ଓ ASI ଅନୁମତି ବିବାଦରେ ଛନ୍ଦି ହୋଇଥିଲା ପ୍ରକଳ୍ପ । ଯେଉଁ ଫାଇନାଲ୍ DPR ହୋଇଥିଲା ସେ ଅନୁସାରେ ମଧ୍ୟ ହୋଇନାହିଁ ପ୍ରକଳ୍ପ । DPRରେ ଉଲ୍ଲେଖ ଥିବା ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀ ଜଗନ୍ନାଥ ଅତିଥି କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପର ନିର୍ମାଣ କରାଗଲା ନାହିଁ । ପୁଣି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦେଇଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରୀକୁ ପରିକ୍ରମା ପ୍ରକଳ୍ପରେ ନୂଆ କରି ନିର୍ମାଣ କରିବା କଥା କହି ଠକିଦେଲେ ବିଜେଡି ସରକାର। ପରିକ୍ରମା ପ୍ରକଳ୍ପ ନାଁରେ କେବଳ ପରିକ୍ରମା ମାର୍ଗ, କେତୋଟି ଶୌଚାଳୟ ଓ ଜୋତା ଷ୍ଟାଣ୍ଡ କରି ନିର୍ବାଚନ ଲାଭ ପାଇଁ ପ୍ରକଳ୍ପ ସମ୍ପୂର୍ଣ୍ଣ ଘୋଷଣା କରି କରିଦେଲେ ଉଦଘାଟନ। ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଘୋଟାଲା ବି ଅଭିଯୋଗ ହୋଇଛି 

ଗୋଟିଏ ପଟେ ବିଜେଡି ସରକାର ଆତ୍ମ ପ୍ରଚାର ନାଁରେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରିଥିବାବେଳେ ଏବେ ପରିକ୍ରମା ପ୍ରକଳ୍ପରେ ହୋଇଥିବା ତ୍ରୁଟି ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି ବିଜେପି ସରକାର।

Sponsored
The design of the Srimandir Parikrama project will change | Argus News