Videos
|
National

ଯୋଗ ଦିବସର ଥିମ୍ ପଛର, କଣ ରହିଛି କାହାଣୀ?

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଯୋଗ ଦିବସର ଥିମ୍ ପଛର, କଣ ରହିଛି କାହାଣୀ?

Key Points

ଯୋଗ ଦିବସର ଥିମ୍ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ କାହିଁକି ରଖାଯାଇଛି? 


କେବେ ଆରମ୍ଭ ହେଲା ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ?


ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ – ଏହି ଥିମ୍ କାହିଁକି ଚୟନ କରାଯାଇଛି?


ଯୋଗ ଦିବସ ୨୧ ଜୁନକୁ କାହିଁକି ପାଳନ କରାଯାଏ?


ଯୋଗ କେତେ ପୁରୁଣା? ଆସନ୍ତୁ ଜାଣିବା...

ନିଜ ଜୀବନକୁ ସୁସ୍ଥ ଓ ନିରୋଗୀ ରଖିବା ପାଇଁ ପୁରୁଣା ଦିନରେ ଋଷିମୁନିମାନେ ଯୋଗକୁ ଅତ୍ୟନ୍ତ ଗୁରୂତ୍ବ ଦେଉଥିଲେ। ଯୋଗ ଶରୀର ଓ ମନ – ଦୁହିଁ ପାଇଁ ଲାଭକାରୀ। ଏହି ଗୁରୁତ୍ୱକୁ ଦେଖି, ପ୍ରତିବର୍ଷ ୨୧ ଜୁନରେ 'ଆନ୍ତର୍ଜାତୀୟ ଯୋଗ ଦିବସ' ପାଳନ କରାଯାଏ। ଏହି ପ୍ରସ୍ତାବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014ରେ ଯୁକ୍ତ ରାଷ୍ଟ୍ର ମହାସଭାରେ ରଖିଥିଲେ, ଯାହାକୁ ଡିସେମ୍ବର 2014ରେ ମାନ୍ୟତା ମିଳିଥିଲା। ପ୍ରତିବର୍ଷ ଏହି ଦିନ ପାଇଁ ଏକ ବିଶେଷ ଥିମ୍ ରହେ। 2025 ର ଥିମ୍ ହେଉଛି – "ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ"। ଏହା ସୂଚାଇଥାଏ ଯେ ଯୋଗ କେବଳ ନିଜ ପାଇଁ ନୁହେଁ, ସମସ୍ତ ପ୍ରାଣୀ, ପରିବେଶ ଓ ପୃଥିବୀର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।ଏହି ଥିମ୍ ଦ୍ୱାରା ମାନବ ଓ ପ୍ରକୃତି ମଧ୍ୟରେ ସମନ୍ୱୟ ରଖିବାର ଉଦ୍ଦେଶ୍ୟ ରହିଛି।



କେବେ ଆରମ୍ଭ ହେଲା ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁନିଆର ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ୨୦୧୫ ରେ ପାଳନ କରାଯାଇଥିଲା। ଭାରତର ବିଭିନ୍ନ ସ୍ଥାନରେ ଯୋଗ ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୁଏ, ଯେଉଁଥିରେ ବହୁତ ଲୋକମାନେ ଭାଗ ନିଅନ୍ତି।


ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ - ଏହି ଥିମ୍ କାହିଁକି ଚୟନ କରାଯାଇଛି?

ନିଜ ଅଧିକାର ଓ ଭାରତ ସରକାରଙ୍କ mygov.in ଅନୁସାରେ, "ଯୋଗ" ଶବ୍ଦଟି ସଂସ୍କୃତ ଶବ୍ଦ "ୟୁଜ୍" ରୁ ଆସିଛି, ଯାହାର ଅର୍ଥ ହେଉଛି ‘ଜୋଡିବା’ କିମ୍ବା ‘ଏକତ୍ରିତ ହେବା’। ଯେତେବେଳେ ଶରୀର ଓ ମନ ଏକ ହୁଏ, ତାହାକୁ "ଯୋଗ" କୁହାଯାଏ। ଏହା ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉନ୍ନତ କରିଥାଏ। PIB ଅନୁସାରେ, 2025 ର ଯୋଗ ଦିବସ ପାଇଁ ଥିମ୍ ‘One Earth, One Health’ ରଖାଯାଇଛି, ଯାହା ସାରା ବିଶ୍ୱକୁ ଏକତା ଓ ସୁସ୍ଥ ଜୀବନ ଦିଗରେ ନେବା ଦିଶାରେ ସନ୍ଦେଶ ଦିଏ।


ଯୋଗ ଦିବସ ୨୧ ଜୁନକୁ କାହିଁକି ପାଳନ କରାଯାଏ?

୨୧ ଜୁନ ବର୍ଷର ସବୁଠାରୁ ଦୀର୍ଘ ଦିନ-ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି ବୋଲି କୁହାଯାଏ। ଧାର୍ମିକ ମତରୁ ମଧ୍ୟ ଏହି ଦିନଟି ଖୁବ ମହତ୍ତ୍ୱପୂର୍ଣ୍ଣ, କାରଣ ଏହି ଦିନ ପ୍ରଥମ ଯୋଗୀ ବା ଆଦିଯୋଗୀ ଭଗବାନ ଶିବ ସପ୍ତଋଷିଙ୍କୁ ପ୍ରଥମଥର ପାଇଁ ଯୋଗ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଏହି ସମସ୍ତ କାରଣରୁ ୨୧ ଜୁନକୁ ଯୋଗ ଦିବସ ଭାବରେ ଚୟନ କରାଯାଇଥିଲା ଏବଂ ସଂଯୁକ୍ତ ଜାତିସଂଘ ପକ୍ଷରୁ ବି ମାନ୍ୟତା ମିଳିଲା।


ଯୋଗ କେତେ ପୁରୁଣା?

ଯୋଗର ଇତିହାସ ହଜାର-ହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ଏହା ସିନ୍ଧୁ ଘାଟୀ ସଭ୍ୟତା ସମୟରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଗବେଷକମାନେ ଏପର୍ଯ୍ୟନ୍ତ ଏମିତି ଅନେକ ପୁରାତନ ପ୍ରମାଣ ପାଇଛନ୍ତି, ଯେଉଁଥିରେ ସେ ସମୟର ଲୋକମାନେ ଯେଉଁ ଦେବୀ-ଦେବତାଙ୍କୁ ପୂଜା କରୁଥିଲେ, ସେମାନେ ଯୋଗ ମୁଦ୍ରାରେ ଦେଖାଯାଆନ୍ତି। ଏଥିରୁ ସ୍ପଷ୍ଟ ଯେ, ଯୋଗ କୌଣସି ନୂଆ ପଦ୍ଧତି ନୁହେଁ, ବରଂ ଏହା ମାନବ ସଭ୍ୟତା ସହିତ ଗଢିଉଠିଛି।