Videos
|
National

ଜାତୀୟ ଶିକ୍ଷା କର୍ମଶାଳାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଜାତୀୟ ଶିକ୍ଷା କର୍ମଶାଳାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଜାତୀୟ ଶିକ୍ଷା କର୍ମଶାଳାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଏହାକୁ ଗ୍ରହଣ କରିଥିଲା। କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଲେ। ଓଡ଼ିଶାରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି। ଓଡ଼ିଶାର ମୂଳ ପୁଞ୍ଜି ଗଣିତ। ଯାହା ଫଳରେ କୋଣାର୍କ, ସମ୍ବଲପୁର ବନ୍ଧ ହୋଇପାରିଛି। ଆମ ସରକାର ଏହାକୁ ବୁଝିଛି।


NCERT ଦ୍ବାରା ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। SCF ଗଠନ ହୋଇଛି । ୧୭ ଜଣିଆ ଷ୍ଟିୟରିଂ କମିଟି ସହ ଓଡ଼ିଶାର ଅନେକ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନଙ୍କୁ ଯୋଡ଼ା ଯାଉ ବୋଲି କହିଛନ୍ତି ଧର୍ମେନ୍ଦ୍ର। ପୂର୍ବ ସରକାରଙ୍କ ନୂଆ ଓ ଯୋଜନାକୁ ପୁଣି ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଓଡିଶା ସରକାର ନିଜସ୍ୱ ବଜେଟରେ ସ୍କୁଲ ମାନଙ୍କ ପାଇଁ କରିଥିବା ଉନ୍ନତିମୂଳକ କାର୍ଯ୍ୟକୁ ପ୍ରଶଂସା କଲେ ଧର୍ମେନ୍ଦ୍ର। ପୁରୁଣା ସରକାର କେବଳ ପିଲାଙ୍କ ପାଇଁ ନାଚ ଗୀତ କରୁଥିବା ବେଳେ ମୋହନ ସରକାରଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପ୍ରିଲ ମାସରେ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପୁଣି ମେ ଓ ଜୁନ ମାସରେ ଓଡ଼ିଶାର ଗାଁକୁ ସମସ୍ତେ ଯିବେ। ୫୦,୦୦୦ ଗାଁକୁ ଯାଇ ସମସ୍ତ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ ମିଶିକି ଯାଇ ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବା।