Videos
|
National

କଂଗ୍ରେସର କାଣା ହୋଇଗଲା...?

Bikash Chandra Barik
Browse all articles by Bikash Chandra Barik
·1 year ago·1 min read
 କଂଗ୍ରେସର କାଣା ହୋଇଗଲା...?

Key Points

ଦିଲ୍ଲୀରେ ଖାତା ଖୋଲି ପାରିଲାନି କଂଗ୍ରେସ

70 ସିଟରୁ ଗୋଟିଏରେ ଜିତି ପାରିଲା ନାହିଁ

15 ବର୍ଷ ସରକାରରେ ଥିଲା        

ଅର୍ଗସ ବ୍ୟୁରୋ: ଦେଶକୁ 70 ବର୍ଷ ଧରି ଶାସନ କରିଥିବା ଦଳଟି ଶୂନ ହୋଇଗଲା । ରାଜଧାନୀରେ ସତ୍ତାର କ୍ୟାରମ୍ ଖେଳୁଥିବା ହାତଟା ଖାତା ନଖୋଲିଲା । ପନ୍ଦର ବର୍ଷ ଧରି ଦିଲ୍ଲୀକୁ ଧରି ବୁଲୁଥିବା କଂଗ୍ରେସର ଏମିତି ଅବସ୍ଥା ହେଲା । ଚଳିତ ବର୍ଷ ପ୍ରକାଶ ପାଉଥିବା ରେଜଲ୍ଟରେ ଗୋଟିଏ ମଧ୍ୟ ସିଟରେ ଦଳ ବିଜୟ ନକରିବା ଭଳି ସ୍ଥିତିରେ । 2013 ମସିହାରୁ ଶିଲା ଦୀକ୍ଷୀତଙ୍କ ପରେ କଂଗ୍ରେସ ଶାସନ ଗାଦିରୁ ଯାଇଥିବାବେଳେ ଏପର୍ଯ୍ୟନ୍ତ ସିଂହାସନକୁ ଫେରି ପାରି ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆମ ଆଦମୀ ପାର୍ଟି ସହ ହାତ ମିଶାଇ ସ୍ୱଳ୍ପ ସମୟର ସରକାର ଗଢିବା ପରେ ଦୁଇ ଦଳ ଭିତରେ ସଂପର୍କ ଭଲ ରହିନଥିଲା । ପରବର୍ତ୍ତୀ ସମୟରେ ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ଏମିତିକି ଦେଶରେ ଇଣ୍ଡିଆ ମେଣ୍ଟରେ ଥିବା ଦୁଇ ଦଳ ବି ଦିଲ୍ଲୀରେ କେହି କାହା ମୁହଁ ଚାହିଁ ନଥିଲେ । ସେପଟେ ଆପ ସରକାରର ଦୁର୍ନିତୀ । ଦୁର୍ନିତୀଗ୍ରସ୍ତ ନେତାଙ୍କ ଗିରଫଦାରୀକୁ ପ୍ରସଙ୍ଗ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, ଲୋକପ୍ରିୟତା ଏବଂ ଦିଲ୍ଲୀ ବାସୀଙ୍କୁ ପ୍ରତିଶ୍ରୁତି ନୁହେଁ ପ୍ରତିଜ୍ଞା ଦେଇଥିଲେ ।


ରାଜଧାନୀ ବାସୀଙ୍କ ଆବଶ୍ୟକତାକୁ ଅବଶ୍ୟ ସମାଧାନ କରିବାର ଶପଥ କରିଥିଲେ । ଯାହା ଫଳରେ ଦିଲ୍ଲୀବାସୀ 27 ବର୍ଷ ପରେ ବିଜେପିକୁ ସରକାରକୁ ଆଣିବାକୁ ଯାଉଛନ୍ତି । 1993 ମସିହାରେ ସରକାର ଗଢିଥିବା ବିଜେପି ପୁଣି ଥରେ 2025ରେ ସରକାର ଗଢିବା ସ୍ଥିତିରେ । ତେବେ ସବୁଠୁ ରୋଚକ କଥା ହେଉଛି ଯେଉଁଠି ପନ୍ଦର ବର୍ଷଧରି ଗୋଟେ ଦଳ ଶାସନ କରିଥିଲା, ସେଠି ଖାତାଟିଏ ବି ଖୋଲିନପାରିବା, ରାଜନୀତି ଇତିହାସ ପାଇଁ ବଡ଼ ରୋଚକ କଥା....