Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ଖ୍ରୀଷ୍ଟମାସ, ପ୍ରଭୁ ଯୀଶୁଙ୍କ ଧରାବତରଣ

National

ଆଜି ଖ୍ରୀଷ୍ଟମାସ, ପ୍ରଭୁ ଯୀଶୁଙ୍କ ଧରାବତରଣ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଜି ଖ୍ରୀଷ୍ଟମାସ, ପ୍ରଭୁ ଯୀଶୁଙ୍କ ଧରାବତରଣ

ଅର୍ଗସ ବ୍ୟୁରୋ : ଆଜି ଖ୍ରୀଷ୍ଟମାସ ବା ବଡ଼ଦିନ। ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଚାରିଆଡ଼େ ଉତ୍ସବର ମାହୋଲ। ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ଦିନକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ରାଜ୍ୟର କୋଣ ଅନୁକୋଣରେ ଥିବା ଚର୍ଚ୍ଚ ଗୁଡ଼ିକରେ ପ୍ରଭୁ ଯୀଶୁଙ୍କ ଧରାବତରଣକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି। ଚିକିମିକି ଆଲୋକ ମାଳାରେ ଚର୍ଚ୍ଚ ଗୁଡିକୁ ସଜାଇ ସ୍ବତନ୍ତ୍ର ଭାବେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ଚର୍ଚ୍ଚରେ ମଧ୍ୟରାତ୍ରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ରାଜ୍ୟ, ଦେଶ ତଥା ବିଶ୍ବର କୋଣ ଅନୁକୋଣରେ ଏହାକୁ ବେଶ ଧୁମଧାମରେ ପାଳୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।


ସେପଟେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନମୋହିଛନ୍ତି ସାନ୍ତାକ୍ଲଜ। ସାନ୍ତାଙ୍କ ବେଶଧାରି ସମସ୍ତଙ୍କୁ ଉଦାରତାର ବାର୍ତ୍ତା ବାଣ୍ଟିବା ସହ ଗିପ୍ଟ ମଧ୍ୟ ଦେଇଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚି, ହିମାଚଳପ୍ରଦେଶର ଚର୍ଚ୍ଚରେ ପ୍ରଭୁଙ୍କୁ ଆରାଧନା କରାଯାଇଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Today is Christmas Day | Argus News