ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ
·1 year ago

ଅର୍ଗସ ବ୍ୟୁରୋ : ଧୂରୀଣ ରାଷ୍ଟ୍ରନୀତିଜ୍ଞ, ଶବ୍ଦର ଶିଳ୍ପୀ, ରାଜନୀତିର ରଣବୀର। ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ। ଏହି ଦିନରେ ତାଙ୍କୁ ମନେ ପକାଉଛି ପୁରା ଦେଶ। ଯେତିକି ତାଙ୍କ ବ୍ୟକ୍ତିତ୍ବକୁ ସେତିକି ତାଙ୍କ ଶାସନ କଳାରେ ସେ ବଦଳାଇଥିବା ଭାରତର ବୈଶ୍ବିକ ଚିତ୍ରକୁ ମଧ୍ୟ ମନେ ପକାଉଛନ୍ତି ପ୍ରତିଟି ଦେଶବାସୀ। ବୈଶ୍ବିକ କଟକଣା ସତ୍ତ୍ବେ ଭାରତରେ ପରମାଣୁ ପରୀକ୍ଷଣ କରି ଦେଶକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ସମ୍ମାନରେ ପରିଚିତ କରାଇବାରେ ତାଙ୍କର ଥିଲା ବଳିଷ୍ଠ ନେତୃତ୍ବ।
ଦେଶରେ ଗମନାଗମନଠୁ ନେଇ ପ୍ରାଥମିକ ଶିକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା ପ୍ରଭୃତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଥମି ଯାଇଥିବା ଦେଶର ପ୍ରଗତି ରଥକୁ ଟାଣି ଭାରତକୁ ବିଶ୍ବର ଶକ୍ତିଶାଳୀ ଓ ପ୍ରଗତିଶାଳୀ ଦେଶ ଗୁଡ଼ିକର ସମକକ୍ଷ କରାଇଥିଲେ ସେ। ଏଭଳି ଜଣେ ଜନନେତାଙ୍କ ଜନ୍ମ ଜୟନ୍ତୀକୁ ଆଜି ସୁଶାସନ ଦିବସ ରୂପେ ପାଳୁଛି ପୁରା ଦେଶ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: