ମହାକୁମ୍ଭ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଙ୍କ ନିର୍ଦ୍ଦେଶ ଅନୁସାରେ ମହାକୁମ୍ଭ ୨୦୨୫ରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂହ ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ କେ. ପି ମଲ୍ଲିକ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଇଟାନଗରରେ ଭେଟି ନିମନ୍ତ୍ରଣ ଦେଇଛନ୍ତି । ବିଶ୍ବସ୍ତରୀୟ ଏହି ଧାର୍ମିକ ସମାଗମକୁ ଦେଶ, ଦୁନିଆରୁ ୪୦ କୋଟି ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ଯୋଗୀ ସରକାର। ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭରେ ଭାରତର ସଂସ୍କୃତି ଏବଂ ଏକତା ବିଶ୍ବରେ ପହଞ୍ଚିବ ।
ଏହି ଅବସରରେ ଦୁଇ ମନ୍ତ୍ରୀ ଉତ୍ତରପ୍ରଦେଶ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତିର ଆଦାନ ପ୍ରଦାନ ଲାଗି ସଂକଳ୍ପ ନେଇଛନ୍ତି।…ଏହି ଅବସରରେ ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି, ମହାକୁମ୍ଭକୁ ଆସିଥିବା ଥିବା ଶ୍ରଦ୍ଧାଳୁ କେବଳ ଯେ ଭାରତର ସାଂସ୍କୃତିକ , ଦାର୍ଶନିକ ଏବଂ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ବରୂପର ଦର୍ଶନ କରିବେ ତା ନୁହେଁ ଏହି ମହା ଆୟୋଜନର ଆନନ୍ଦ ନେବେ।