କେଉଁଠି ଜନ୍ମ ହେଲା ପ୍ରଥମ ଜେନେରେସନ ବିଟା କିଡ୍?

ଭାରତରେ ଆରମ୍ଭ ହୋଇଛି ବିଟା ଯୁଗ । 2025 ମସିହାରେ ଜନ୍ମିତ ଶିଶୁଙ୍କୁ ବିଟା କିଡ୍ସ କୁହାଯାଉଛି। ତେବେ ଆପଣ ଜାଣିଛନ୍ତି କି ଜାନୁଆରୀ 1 ତାରିଖରେ ପ୍ରଥମ ଶିଶୁ କେଉଁଠାରେ ଜନ୍ମ ହୋଇଛି । ମିଜୋରାମର ଦୂରତଲାଙ୍ଗ, ଆଇଜୋଲସ୍ଥିତ ସିନୋଡ ହସ୍ପିଟାଲରେ ୧ ଜାନୁୟାରୀ ୨୦୨୫ ସକାଳ୧୨ଟା ବାଜି ୩ ମିନିଟ୍ରେ ପ୍ରଥମ ବିଟା କିଡ୍ସ ଜନ୍ମ ହୋଇଛି । ତେବେ ବିଟା କିଡ୍ସଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଡ୍ସ ମଧ୍ୟ କୁହଯାଉଛି । ଜେନେରେସନ ବିଟା ପିଲାମାନେ ଜନ୍ମରୁ ଟେକ୍ନୋଲଜି ସହ ପରିଚିତ ରହିବେ। ସେମାନେ ସ୍ମାର୍ଟଫୋନ, ଟାବଲେଟ ଓ କମ୍ପ୍ୟୁଟର ଭଳି ଉପକରଣକୁ ଅତ୍ୟନ୍ତ ସହଜରେ ଉପଯୋଗ କରିବେ। ଏହି ପିଢି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରବୋଟିକ୍ସ ଭଳି ଟେକ୍ନୋଲଜି ସହିତ ବିକଶିତ ହେବ। ଏହି ଘଟଣା ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆମ ଦେଶରେ ଏକ ନୂଆ ପିଢିର ଜନ୍ମ ହୋଇଛି। ଏହି ପିଢି ଭାରତର ଭବିଷ୍ୟତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବେ। ଏଇ ପିଲାମାନେ ଦେଶକୁ ନୂଆ ଶିଖରକୁ ନେଇଯିବେ।
ତେବେ ଆସନ୍ତୁ ଜାଣିବା ବିଭିନ୍ନ ପିଢି ଓ ସେମାନଙ୍କର କିଛି ଇଣ୍ଟରେଷ୍ଟିଙ୍ଗ କାହାଣୀ ବେବି ବୁମର୍ସ ୧୯୪୬-୧୯୬୪ ଏହି ପିଢି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜନ୍ମ ହୋଇଥିଲେ ଯେଉଁମାନେ ଆଧୁନିକତା ଓ ସାମାଜିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
📱 Get Argus News App
✨ଏହା ପଛକୁ ଆସିଥିଲା ଜେନେରେସନ ‘ଏକ୍ସ’ (୧୯୬୫-୧୯୮୦) ପିଢିର ପିଲାମାନେ ବେବି ବୁମର୍ସଙ୍କ ପରେ ଆସିଥିବା ପିଢି ଯେଉଁମାନେ ବିଶ୍ୱର ବୈଷୟିକ (ଟେକ୍ନୋଲଜି) ବିକାଶକୁ ଅତି ନିକଟରୁ ଦେଖିଥିଲେ ଓ ଉପଯୋଗ କରିଥିଲେ।
ମିଲେନିୟଲସ୍ ୧୯୮୧-୧୯୯୬ ଏହି ପିଢିକୁ ଜେନେରେସନ ‘ୱାଇ’ ବୋଲି ମଧ୍ୟ କୁହାଯାଏ। ଟେକ୍ନୋଲଜି ସହିତ ବଢିଥିବା ଏହି ପିଢି ବେଶ୍ ଟେକ୍ ସେଭି ଓ ସାମାଜିକ ବୁଝାମଣା ରଖି ପାରୁଥିବା ପିଢି ରୂପେ ଜଣାଯାଏ।
ଏହା ପଛକୁ ଆସିଥିଲା ଜେନେରେସନ ‘ଜେଡ୍’ ୧୯୯୭-୨୦୦୯ ରେ ପୃଥିବୀକୁ ଆସିଥିବା ପିଢିର ଜନ୍ମ ଡିଜିଟାଲ ଯୁଗରେ ହୋଇଛି। ଏମାନେ ସ୍ମାର୍ଟ ଫୋନ ସୋସିଆଲ ମିଡିଆ ସହିତ ଖୁବ୍ ପରିଚିତ।
ଜେନେରେସନ ଆଲଫା ୨୦୧୦ରୁ ୨୦୨୪ ଏହି ପିଢି ଜନ୍ମରୁ ଟେକ୍ନୋଲଜି ସହ ପରିଚିତ। ଏମାନେ ଅଧିକ ସ୍ୱତନ୍ତ୍ର ଓ ରଚନାତ୍ମକ ବୋଲି କୁହାଯାଏ। ତେବେ ୨୦୨୫ରେ ଜନ୍ମ ହୋଇଥିବା ଜେନେରେସନ ‘ବିଟା’ ପିଲାଙ୍କ ଏହି ପିଢୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭର୍ଚୁଆଲ ରିଏଲିଟି ସହିତ ବଢିବେ ଓ ଦେଶର ବିକାଶକୁ ଏକ ନୂଆ ଶିଖରକୁ ନେଇଯିବେ ବୋଲି କୁହାଯାଉଛି।