ୟାଙ୍କ ଭିତରୁ ଜଣେ ହେବେ ମୁଖ୍ୟମନ୍ତ୍ରୀ...

Key Points
କିଏ ପିନ୍ଧିବ ଦିଲ୍ଲୀ ମୁକୁଟ, ସିଏମ ରେସରେ ଏମାନେ
ସରିଲା 27 ବର୍ଷର ବନବାସ, ଫେରିଲା ବିଜେପି
ମୋଦିଙ୍କ ନେତୃତ୍ୱରେ ସତ୍ତାକୁ ଫେରୁଛି ପଦ୍ମ ଦଳ
ହାରୁଛନ୍ତି କେଜ୍ରିୱାଲ, ହାରୁଛି ଆମ ଆଦମୀ ପାର୍ଟ୍ଟି
27
ବର୍ଷ
ପରେ ଫେରୁଛି ବିଜେପି । ଦିଲ୍ଲୀରେ
ଗଢୁଛି ସରକାର । ଉଡୁଛି ପଦ୍ମ
ଝଣ୍ଡା । ଇତିହାସ ଲେଖୁଛି ଦେଶର
ରାଜଧାନୀ । କାରଣ ପୂର୍ଣ୍ଣ
ସଂଖ୍ୟାଗରିଷ୍ଠତା ସହ ସରକାରକୁ
ଫେରୁଛି ଭାରତୀୟ ଜନତା ପାର୍ଟ୍ଟି
। ମୋଦିଙ୍କ କ୍ରେଜ ଆଗରେ ଫେଲ୍
ମାରୁଛି କେଜ୍ରିୱାଲଙ୍କ ଚାଲ୍
। 45ରୁ
ଅଧିକ ଆସନରେ ବିଜେପି ବିଜୟ ହେବାର
ସମ୍ଭାବନା ରହିଛି । ତେଣୁ ଏଭଳି
ଏକ ଇତିହାସ ଯେତେବେଳେ ଦିଲ୍ଲୀ
ଲେଖିବାକୁ ଯାଉଛି,
ସେତେବେଳେ
କାହାକୁ ବିଜେପି ରାଇଜ ମୁଖିଆ
କରିବ । ତାହା ଏବେ ସବୁଠୁ ବଡ଼
ପ୍ରସଙ୍ଗ । ଏହି ତାଲିକାରେ ପ୍ରଥମରେ
ଅଛନ୍ତି,
ବିଜେନ୍ଦ୍ର
ଗୁପ୍ତା । ଯିଏ କି ଦିଲ୍ଲୀ ବିଧାନସଭାରେ
ବିରୋଧୀ ଦଳ ନେତା ରହିଛନ୍ତି ।
ବିଜେନ୍ଦ୍ର ରୋହିଣୀରୁ ପ୍ରାର୍ଥୀ
ରହିଛନ୍ତି ।
ଦିତ୍ୱୀୟରେ ପ୍ରବେଶ ବର୍ମାଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା । କାରଣ ଆପ ସୁପ୍ରିମୋ ଅରବିନ୍ଦ କେଜ୍ୱିୱାଲଙ୍କୁ 3122 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ପ୍ରବେଶ । ଯାହା ସବୁଠୁ ବଡ଼ ଖବର ଭାବେ ସାମ୍ନାକୁ ଆସିଛି । ପ୍ରବେଶ ଦୁଇ ଦୁଇ ଲୋକସଭାରୁ ନିର୍ବାଚିତ ହୋଇ ସାଂସଦ ଭାବେ ପ୍ରତିନିଧିତ୍ୱ କରିଛନ୍ତି । ସେପଟେ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କେଜ୍ରିୱାଲଙ୍କୁ ହରାଇଛନ୍ତି ପ୍ରବେଶ । ଅନ୍ୟପଟେ ଶାଲିମାର ବାଗରୁ ପ୍ରାର୍ଥୀ ଥିବା ରେଖାଗୁପ୍ତା, କାରୋଇ ବାଗରୁ ପ୍ରାର୍ଥୀ ଥିବା ଦୁଷ୍ୟନ୍ତ ଗୌତମ, ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ, ସାଂସଦ ଏବଂ ପୂର୍ବରୁ ଦିଲ୍ଲୀର ବଡ଼ ଚେହେରା ଥିବା ମନୋଜ ତିୱାରୀ ଏବଂ ଜନକପୁରୀରୁ ପ୍ରାର୍ଥୀ ଥିବା ଆଶିଷ ସୁଦଙ୍କ ନାଁ ମଧ୍ୟ ସିଏମ ରେସରେ ରହିଛି ।
📱 Get Argus News App
✨
ତେବେ 1993 ମସିହାରେ ପ୍ରଥମ ଥର ଦିଲ୍ଲୀରେ ସରକାର ଗଢିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ହୋଇଥିଲେ ମଦନଲାଲା ଖୁରାନା । ହେଲେ ପାଞ୍ଚ ବର୍ଷରେ ରାଜଧାନୀ ଦେଖିଥିଲା ତିନି ମୁଖ୍ୟମନ୍ତ୍ରୀ । ସାହିବ ସିଂ ବର୍ମା, ସୁଷମା ସ୍ୱରାଜ ପରେ ପରେ ମଙ୍ଗ ସମ୍ଭାଳିଥିଲେ । ଆଉ ସେବେ ଠୁ ବିଜେପି ଯାଇଛି ଯେ ଯାଇଛି । ଆଉ ଶାସନ କ୍ଷମତାକୁ ଫେରିନି । 1998ରୁ 2013 ଯାଏଁ କଂଗ୍ରେସ ହାତରେ ଦେଶର ରାଜଧାନୀ ରହିଥିବାବେଳେ 13ରୁ 2025 ଯାଏଁ ରହିଥିଲା ଆମ୍ ଆଦମୀ ପାର୍ଟି ।
କିନ୍ତୁ ପ୍ରକାଶିତ ନିର୍ବାଚନର ଫଳାଫଳ ଦିଲ୍ଲୀ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି । ସରକାରରେ ଥିବା ପାର୍ଚ୍ଚିର ସୁପ୍ରିମୋ, ମୁଖ୍ୟମନ୍ତ୍ରୀ ଏମିତି କି ସବୁ ବଡ଼ ଚେହାରାଙ୍କୁ ଧୂଳି ଚଟାଇଛି । 27 ବର୍ଷର ବନବାସ ଶେଷ କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜଧାନୀକୁ ବିଜେପି ଫେରିଛି ।
