Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ହତ୍ୟା କରାଯିବ’ ଧମକ ଦେବା ପରେ ବାନ୍ଧିଲା ପୋଲିସ

Ritu Das
Browse all articles by Ritu Das
·1 year ago·1 min read
ଯିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ହତ୍ୟା କରାଯିବ’ ଧମକ ଦେବା ପରେ ବାନ୍ଧିଲା ପୋଲିସ

ଅର୍ଗସ ବ୍ୟୁରୋ: ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ  ନାୟବ ସିଂ ସୈନିଙ୍କ ହତ୍ୟା ଧମକ । ଜୀବନରୁ ମାରିଦେବା ପାଇଁ ହତ୍ୟା ଧମକ ଦେଇଥିବା ଦର୍ବୃତ୍ତକୁ ବାନ୍ଧିଲା ହରିୟାଣା ପୋଲିସ । ପୋଲିସର କହିବା ଅନୁସାରେ, ଦର୍ବୃତ୍ତ ଜଣକ ହ୍ବାଟ୍ସଆପରେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । ତେବେ ଗିରଫ ହୋଇଥିବା ଯୁବକ ଜିନ୍ଦ ଜିଲ୍ଲାର ଦେବରାର ଗ୍ରାମର ନିବାସୀ । ମତଗଣନା ସମୟରେ ଏକ ହ୍ବାଟ୍ସଆପ ଗ୍ରୁପରେ ହତ୍ୟା ଧମକ ଦିଆଯାଇଥିବା କଥା ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ମାମଲା ପୋଲିସର ନଜରକୁ ଆସିବା ପରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରାଯାଇଥିଲା । ଧମକ ଦେଇଥିବାରୁ ଆଇଟି ଆକ୍ଟ ଅନୁସାରେ ମାମଲା ପଞ୍ଜିକୃତ କରାଯାଇଥିଲା । ସୋମବୀର ରାଠୀ ଜୁଲାନା ହଲକା ନାମରେ ଏକ ହ୍ବାଟ୍ସଆପ ଗ୍ରୁପ ରହିଥିଲା । ସେଥିରେ ଉକ୍ତ ବ୍ୟକ୍ତିଜଣକ ଲେଖିଥିଲେ, ଯିଏ ହରିୟାଣା ମୁଖ୍ୟମନ୍ତ୍ରୀ ହେବ ତାକୁ ଗୁଳିକରି ହତ୍ୟା କରାଯିବ । ଯେଉଁଭଳି ଭାବେ ମହାତ୍ମା ଗାନ୍ଧୀଙ୍କୁ ଗୋଡସେ ହତ୍ୟା କରିଥିଲା, ମୁଁ ସେହିଭଳି ଭାବେ ହତ୍ୟା କରିବି ।

ପ୍ରକାଶଥାଉକି, ହରିୟାଣାରେ ନାୟବ ସିଂହ ସୈନି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। କାର୍ଯ୍ୟକ୍ରମର ଆୟୋଜନ ପଞ୍ଚକୁଲାରେ ହେବ ଏବଂ ଶପଥ ଗ୍ରହଣର କାର୍ଯ୍ୟକ୍ରମ ସକାଳ ୧୦ଟାରେ ହେବ। । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପାର୍ଟୀର ବରିଷ୍ଠ ନେତା ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବିଜେପି ଲଗାତାର ତୃତୀୟ ଥର ହରିୟାଣାରେ ସରକାର ଗଠନ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
"Whoever becomes | Argus News