Videos
|
National

ଗୋଖର ସାପକୁ କାମୁଡ଼ି ମାରିଦେଲା ଶିଶୁ ପୁତ୍ର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୋଖର ସାପକୁ କାମୁଡ଼ି ମାରିଦେଲା ଶିଶୁ ପୁତ୍ର

Key Points

ସାହସୀ ବାଳକର ଅସାଧାରଣ କାର୍ଯ୍ୟ
ସାପ ଓ ଏକ ବର୍ଷର ଶିଶୁର ଲଢ଼େଇ
ଗୋଖର ସାପକୁ କାମୁଡ଼ି ମାରିଦେଲା ଶିଶୁ ପୁତ୍ର


ଉପର ଲାଇନ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚର୍ଯ୍ୟ। କିନ୍ତୁ ଏହା ସତ। ହେଲେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେବଳ ଏକ ବର୍ଷର ଶିଶୁ ପୁତ୍ର ଏତେ ବଡ଼ କାର୍ଯ୍ୟ କଲା କେମିତି ? ତାହା ପୁଣି କାମୁଡ଼ି କାମୁଡ଼ି ଏକ ସାପକୁ ମାରିଦେଇଛି। ବିହାରର ଏକ ଦୁର୍ଗମ ଗାଁରେ ଜଣେ ଏକ ବର୍ଷର ଶିଶୁ ଗୋଖର ସାପକୁ କାମୁଡ଼ି ମାରିଦେଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଘଟିଛି।“ଗୋବିନ୍ଦ କୁମାର ନାମକ ଏହି ଶିଶୁଟିକୁ ଗତକାଲି ତା’ର ଗାଁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଠାକୁ ରେଫର କରାଯାଇଥିଲା। ସେ ଏକ ଜୀବନ୍ତ ସାପକୁ କାମୁଡିବା ପରେ ମୂର୍ଚ୍ଛା ଯାଇଥିଲା।”


“ପରିବାର ଲୋକେ ଦାବି କରୁଛନ୍ତି ଯେ ମଝାଉଲିଆ ବ୍ଲକ ଅନ୍ତର୍ଗତ ମୋହଚ୍ଛି ବାଙ୍କଟୱା ଗାଁରେ ଥିବା ସେମାନଙ୍କ ଘରେ ଶିଶୁଟି ସାପଟିକୁ ଧରିଥିଲା। ତା’ର ଜେଜମା ତାକୁ ସାପ ସହ ଦେଖିଥିଲେ, କିନ୍ତୁ ସେ ହସ୍ତକ୍ଷେପ କରିବା ଆଗରୁ ଶିଶୁଟି ସାପକୁ କାମୁଡ଼ି ଦେଇଥିଲା। ସାପଟି ମୃତ ଅବସ୍ଥାରେ ଚଟାଣରେ ପଡ଼ିଥିଲା, ଏବଂ ଶିଶୁଟି ମଧ୍ୟ ମୂର୍ଚ୍ଛା ଯାଇଥିଲା।”ଶିଶୁଟିକୁ ତା’ର ପରିବାର ଲୋକେ ବେଟିଆ ସହରର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ, ଡାକ୍ତରମାନେ ଶିଶୁଟିକୁ ନିରୀକ୍ଷଣରେ ରଖିଛନ୍ତି ଏବଂ ଯଦି କୌଣସି ବିଷକ୍ରିୟାର ଲକ୍ଷଣ ଦେଖାଦିଏ, ତେବେ ଚିକିତ୍ସା ଆରମ୍ଭ କରାଯିବ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏକ ବର୍ଷର ଶିଶୁର ସାହସ ମାନିବାକୁ ପଡ଼ିବ। ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସାପକୁ ସମସ୍ତେ ଡ଼ରୁଥିବାବେଳେ ଛୋଟ ଶିଶୁଟିଏ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।


1-year-old-child-bites-cobra-to-death-in-bihar-village | Argus News