Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ ପାଇଁ ବୁକ ହେଲା ୧୦ ଚାର୍ଟର, ୧୨-ପ୍ରାଇଭେଟ ଜେଟ୍‌

Ritu Das
Browse all articles by Ritu Das
·2 years ago·2 min read
ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ ପାଇଁ ବୁକ ହେଲା ୧୦ ଚାର୍ଟର, ୧୨-ପ୍ରାଇଭେଟ ଜେଟ୍‌

ଅର୍ଗସ ବ୍ୟୁରୋ: ଦେଶ ତଥା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର ରାଧିକା ମର୍ଚାଣ୍ଟଙ୍କ ସହିତ ହେବ। ଦୁହିଁଙ୍କ ନିର୍ବନ୍ଧ କିଛିମାସ ତଳେ ଶେଷ ହୋଇଥିବା ବ‌େଳେ ଭାରତରେ ହିଁ ରାଧିକା ଓ ଅନନ୍ତଙ୍କ ବିବାହ ହେବ ‌ବୋଲି କୁହାଯାଉଥିଲା। ଜାମନଗରରେ ନିର୍ବନ୍ଧର ଗ୍ରାଣ୍ଡ ସେଲିବ୍ରେଶନ ସରିବାପରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଏବଂ ରାଧିକାଙ୍କ ଦ୍ବିତୀୟ ପ୍ରି-ଓ୍ବେଡିଙ୍ଗ ଫଙ୍କସନ ସେଲିବ୍ରେଶନ କାମରେ ଲାଗିପଡ଼ିଛନ୍ତି। ଭାରତରୁ ଭିଆଇପି ଅତିଥିଙ୍କ ସହିତ କ୍ରୁଜ ମଧ୍ୟ ବିଦେଶକୁ ନିଆଯାଇଛି। ଉଭୟଙ୍କ ବିବାହ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।

ରିପୋର୍ଟ ମୁତାବକ, ବାହାଘର ଜୁଲାଇ ୧୨ ତାରିଖରେ ୱାଲର୍ଡ କନଭେନସନ ସେଣ୍ଟରରେ ହେବ। ଅନନ୍ତ ଓ ରାଧିକାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ରୀତିନୀତି ଅନୁଯାୟୀ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ନୀତା ଅମ୍ବାନୀ ନିଜେ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।

ଜୁଲାଇ ୧୩ ତ‌ାରିଖରେ ‘ଶୁଭ ଆର୍ଶୀବାଦ’ର ଦିନ ହେବ। ଏହାପରେ ଜୁଲାଇ ୧୪ ତାରିଖରେ ୱେଡିଂ ରିସେପସନ ରଖାଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ରାଧିକା ଓ ଅନନ୍ତଙ୍କ ବିବାହ ଉତ୍ସବ ଜିଓ ୱାଲର୍ଡ ସେଣ୍ଟରରେ ଆୟୋଜିତ ହେବ। ସାନ ପୁଅର  ବିବାହରେ ଯେମିତି କୌଣସି କମି ନ ରୁହେ। ସେଥିପାଇଁ ପୁରା ପରିବାର ଜୋରସାରରେ ଗ୍ରାଣ୍ଡ କରିବାକୁ ଲାଗିପଡ଼ିଛନ୍ତି। ବିବାହ ପାଇଁ ମେ' ୨୮ରେ ହିଁ ଅମ୍ବାନୀ ପରିବାର ଏବଂ ରାଧିକାଙ୍କ ପରିବାର କ୍ରୁଜରେ ବାହାରିପଡ଼ିଛନ୍ତି। କ୍ରୁଜରେ ଉଭୟଙ୍କ ପରିବାର ଛଡ଼ା ବଲିଉଡ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ। ସବୁ ଅତିଥିଙ୍କର ସୁନ୍ଦର ଭାବେ ସ୍ବାଗତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅତିଥିମାନଙ୍କ ପାଇଁ ଅମ୍ବାନୀ ପରିବାର ପକ୍ଷରୁ ୧୦ ଚାର୍ଟର ଫ୍ଲାଇଟ ବୁକ୍‌ କରାଯାଇଛି। ଏହାବ୍ୟତୀତ ୧୨ ପ୍ରାଇଭେଟ ଏୟାରକ୍ରାଫ୍ଟର ମଧ୍ୟ ନିୟୋଜିତ କରାଯାଇଛି। ପ୍ରାଇଭେଟ ଜେଟର ଦାମ କୋଟି କୋଟି ଟଙ୍କା। ଏଥିରେ ବଡ଼ ବଡ଼ ଶିଳ୍ପପତି, ସେଲିବ୍ରିଟି, ଡ୍ୟାନ୍ସର ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି। 

ଏ ତ ଥିଲା ଲକଜରିୟସ ଟ୍ରାଭେଲ କଥା ଏହା ସହ ଭିନ୍ନ ଭିନ୍ନ ସ୍ବାଦିଷ୍ଟ ଡିସ୍‌ ମଧ୍ୟ ଅତିଥିଙ୍କୁ ପରଷାଯିବ। ଯେଉଁଥିରେ ଇଣ୍ଡିଆନ ଟ୍ରାଡିଶନାଲ କୁଜିନ ସହ ଇଣ୍ଟରନ୍ୟାସନାଲ ଡିସ ମଧ୍ୟ ସାମିଲ ଅଛି। ଏଭଳି ମେନୁ ରଖାଯାଇଛି ଯାହା ସମସ୍ତଙ୍କୁ ପସନ୍ଦ ଆସିବ। ତେବେ ଟ୍ରାଭେଲ ଖାଇବା ବ୍ୟତୀତ ଭେନ୍ୟୁର ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସାଉଣ୍ଡ ଏବଂ ଲାଇଟ ସିଷ୍ଟମର ବେଶ ଧ୍ୟାନ ଦିଆଯାଇଛି। ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ ସେଲିବ୍ରେଶନ ମେ' ୨୯ରୁ ଆରମ୍ଭ ହୋଇଯାଇଛି। ଜୁନ ୧ ପର୍ଯ୍ୟନ୍ତ ଧୁମଧାମରେ ଏହି ଫଙ୍କସନ ଚାଲିବ।
 

Sponsored
10 chartered, 12-private | Argus News