ଆତଙ୍କବାଦୀ ଆକ୍ରମଣରେ ୧୦ ମୃତ
·2 years ago

ଅର୍ଗସ ବ୍ୟୁରୋ: ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।
ସୂଚନାନୁଯାୟୀ ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କୀ ହମଲା। ରିଆସ ଜିଲ୍ଲାରେ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବସ ଉପରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି ଆତଙ୍କବାଦୀ। ଗୁଳି ମାଡ଼ରେ 10ଜଣ ତୀର୍ଥ ଯାତ୍ରାଙ୍କ ମୃତ୍ୟୁ ହୋଇଥିବାବେଳେ 33ରୁ ଅଧିକ ଆହତ ହୋଇଛନ୍ତି। ବସଟି ଶିବ ଖୋରି ମନ୍ଦିରରୁ କତ୍ରା ଅଭିମୁଖେ ଯାଉଥିବାବେଳେ ଆତଙ୍କବାଦୀ ହମଲା କରିଥିଲେ। ତେବେ ଆକ୍ରମଣ ବେଳେ ଭାରସାମ୍ୟ ହରାଇ ବସଟି ଖାଇ ଭିତରକୁ ଖସି ପଡିଛି। ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: