Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Life Saving Donation / ଜୀବନ କଣ ଜାଣିବା ପୂର୍ବରୁ ୧୦ ମାସର କୁନି ଝିଅ ଏଲିନ ୫ ଜୀବନ ବଞ୍ଚାଇଲା

Ritu Das
Browse all articles by Ritu Das
·4 months ago·2 min read
ଜୀବନ କଣ ଜାଣିବା ପୂର୍ବରୁ ୧୦ ମାସର କୁନି ଝିଅ ଏଲିନ ୫ ଜୀବନ ବଞ୍ଚାଇଲା
India

Key Points

୧୦ ମାସର କୁନି ଝିଅ ସିନା ନାହିଁ ହେଲେ ସେ ୫ ନୂଆ ଜୀବନ ଦେଇଛି । ୧୦ ମାସର ଏଲିନ୍ ଶେରିନ ଆବ୍ରାହମ ।
ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ଶୁଣିଲେ ଆପଣ ନ କାନ୍ଦି ରହିପାରିବେନି। ଜଣେ କୁନି ଝିଅ ୧୦ ମାସ ହେବ ଦୁନିଆକୁ ଆସିଥିଲା ଆଉ ଚାଲିଗଲା । ଜୀବନ କଣ ଜାଣିବାକୁ ଆଗରୁ କୁନି ଝିଅର ଜୀବନ ଦୀପ ଲିଭିଯାଇଛି । ସେ ସିନା ଚାଲିଗଲା ହେଲେ ଯାହା ସେ କରିଯାଇଛି ସେଥିପାଇଁ ସେ ଅମର, ମହାନ୍। ୧୦ ମାସର କୁନି ଝିଅ ସିନା ନାହିଁ ହେଲେ ସେ ୫ ନୂଆ ଜୀବନ ଦେଇଛି । ୧୦ ମାସର ଏଲିନ୍ ଶେରିନ ଆବ୍ରାହମ । କେରଳର ସେ ସର୍ବକନିଷ୍ଠ ଅଙ୍ଗଦାତା । ଆଉ ସେ ନାହାନ୍ତି । ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ସେ ଅଙ୍ଗଦାନ କରି ୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। 



କେରଳର ପଠାଣମଥିଟ୍ଟା ଜିଲ୍ଲାର ମଲ୍ଲାପାଲିର ବାସିନ୍ଦା ଏଲିନ୍ ଫେବୃଆରୀ ୫ ତାରିଖରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଅପରାହ୍ନ ସମୟରେ, ଝିଅଟି ତାଙ୍କ ମାଆ ଏବଂ ଜେଜେବାପାଙ୍କ ସହିତ କୋଟ୍ଟାୟମରୁ ତିରୁଭାଲ୍ଲା ଯାଉଥିବା ବେଳେ ଏମ୍.ସି. ରୋଡରେ ସାମ୍ନାରୁ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝିଅଟି ଗୁରୁତର ଆହତ ହୋଇଥିଲା । ଝିଅଟିକୁ ଚାଙ୍ଗାନାସେରୀ ଏବଂ ଥିରୁଭାଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଫେବୃଆରୀ ୭ ତାରିଖରେ କୋଚିର ଅମୃତା ହସ୍ପିଟାଲକୁ ଅଣାଯାଇଥିଲା। ଫେବୃଆରୀ ୧୩ ତାରିଖରେ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା। ପରିବାର ପରେ ଅଙ୍ଗଦାନ ପାଇଁ ସମ୍ମତି ପ୍ରକାଶ କରିଥିଲେ। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ପିତାମାତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ।

ତାଙ୍କ ସମବେଦନା ଜଣାଇଥିଲେ। K-SOTTOଙ୍କ ନେତୃତ୍ୱରେ ଏବଂ ଗୃହ ବିଭାଗର ସମର୍ଥନରେ ଅଙ୍ଗଦାନ ପ୍ରକ୍ରିୟା କରାଯାଇଥିଲା। ଝିଅଟିର ଯକୃତ, କିଡନୀ, କର୍ଣ୍ଣିଆ ଏବଂ ହୃଦୟ ନଳୀ ଦାନ କରାଯାଇଥିଲା । ଝିଅକୁ ହରାଇ ମା ବାହୁନି କାନ୍ଦୁଥିଲା । ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ହେଲେ ଏତେ ବଡ଼ ଦୁଃଖ, ଯନ୍ତ୍ରଣାରେ ଥାଇ ବି ପରିବାର ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଅନେକଙ୍କ ପାଇଁ ଉଦାହରଣ ହୋଇଛି ।

ଅଙ୍ଗଦାନ ପରେ ଗତ ରବିବାର ନେଦୁଙ୍ଗଡାପାଲ୍ଲି ସେଣ୍ଟ ଥମାସ୍ ସିଏସଆଇ ଚର୍ଚ୍ଚରେ ଏଲିନଙ୍କୁ ଶେଷ ବିଦାୟ ଦିଆଯାଇଛି । ଏଲିନଙ୍କୁ ବିଦାୟ ସମୟରେ ଅନେକ ଲୋକ ରୁଣ୍ଡ ହୋଇଥିଲେ । ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା । ରାଷ୍ଟ୍ରୀୟ ସମ୍ମାନ ସହିତ ଝିଅଟିକୁ ଶେଷ ବିଦାୟ ଦିଆଯାଇଛି । ମନ୍ତ୍ରୀ ବୀଣା ଜର୍ଜ ଏବଂ ଭି.ଏନ୍. ଭାସଭାନ, ସାଂସଦ ସୁରେଶ ଗୋପୀ ଏବଂ ଅନ୍ୟ ଅନେକ ଜନପ୍ରତିନିଧି ମହାନ୍ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏଥିସହ ପଢ଼ନ୍ତୁ: ଫଟୋସୁଟ୍ କରୁଥିଲେ ଗର୍ଭବତୀ ମାଆ; ପାଣିରେ ବୁଡ଼ିଗଲା ୩ ବର୍ଷର ପୁଅ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10-Month-Old Elin Saves 5 Lives Before Knowing Life Itself | Argus News