Videos
|
National

ଝାନ୍‌ସୀ ମେଡିକାଲ କଲେଜରେ ଧରଣର ଅଗ୍ନିକାଣ୍ଡ, 10 ନବଜାତ ଜୀବନ୍ତ ଦଗ୍ଧ

Banajyotshna Ray
Browse all articles by Banajyotshna Ray
·1 year ago
ଝାନ୍‌ସୀ ମେଡିକାଲ କଲେଜରେ ଧରଣର ଅଗ୍ନିକାଣ୍ଡ, 10 ନବଜାତ ଜୀବନ୍ତ ଦଗ୍ଧ

ଅର୍ଗସ ବ୍ୟୁରୋ:  ଉତ୍ତର ପ୍ରଦେଶର ଝାନ୍‌ସୀ ମେଡିକାଲ କଲେଜରେ ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ହସ୍ପିଟାଲର 10 ନବଜାତ ଜୀବନ୍ତ ଦଗ୍ଧ। ହସ୍ପିଟାଲର NICUରେ ଥିବା 10 ନବଜାତ ଜୀବନ୍ତ ଦଗ୍ଧ ।  ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ । ସ୍ଥାନୀୟ ପ୍ରଶାସନକୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ଗୁରୁତରଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10 newborn babies killed, over 35 rescued | Argus News