Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମ ନୁହେଁ ବେଙ୍ଗାଲୁରୁ ଘଟଣା, ଜାଣନ୍ତୁ ବିଶ୍ବର 10ଟି ସବୁଠାରୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା!

Sudeshna Mishra
Browse all articles by Sudeshna Mishra
·1 year ago·5 min read
ପ୍ରଥମ ନୁହେଁ ବେଙ୍ଗାଲୁରୁ ଘଟଣା, ଜାଣନ୍ତୁ ବିଶ୍ବର 10ଟି ସବୁଠାରୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା!

Key Points

ବେଙ୍ଗାଲୁରୁରେ RCB ଦ୍ବାରା IPL 2025 ଚାମ୍ପିୟନ୍ ହେବାର ଖୁସିରେ ବିଶାଳ ଉତ୍ସବ ଆୟୋଜିତ ହୋଇଥିଲା


ଆରସିବି ବିଜୟ ଉତ୍ସବରେ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟେଡିୟମ୍‌ରେ ଦଳାଚକଟା, ଅନେକ ମୃତ


ଏହିପରି ଦୁଃଖଦ ଘଟଣା ପୂର୍ବରୁ ବି ଖେଳ ଇତିହାସରେ ଦେଖିବାକୁ ମିଳିଛି


ଦୁନିଆର ଖେଳ ଇତିହାସର 10ଟି ସବୁଠୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା


ବେଙ୍ଗାଲୁରୁରେ RCB ଦ୍ବାରା IPL 2025 ଚାମ୍ପିୟନ୍ ହେବାର ଖୁସିରେ ବିଶାଳ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଲକ୍ଷ-ଲକ୍ଷ ଫ୍ୟାନ୍ସ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ (M. Chinnaswamy Stadium)ରେ ପହଂଚିଗଲେ। ଭିଡ଼ ଅଧିକ ହେବା ସହ ଅନିୟନ୍ତ୍ରିତ ହେବା କାରଣୁ ହଠାତ୍ ଦଳାଚକଟା ଘଟିଲା ଓ ଏହା ଏକ ଭୟାବହ ଦୁର୍ଘଟଣାର ରୂପ ନେଇଗଲା।

ଏହିପରି ଦୁଃଖଦ ଘଟଣା ପୂର୍ବରୁ ବି ଖେଳ ଇତିହାସରେ ଦେଖିବାକୁ ମିଳିଛି। ଆସନ୍ତୁ, ଦୁନିଆର ଖେଳ ଇତିହାସର 10ଟି ସବୁଠୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା ବିଷୟରେ ଜାଣିବା:

(୧) ଲିମା ର Estadio Nacional Disasterରେ ୩୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ପେରୁର ରାଜଧାନୀ ଲିମାରେ ଖେଳ ଇତିହାସର ସବୁଠାରୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା, ୩୨୮ଜଣଙ୍କ ମୃତ୍ୟୁ ୨୪ ମେ, ୧୯୬୪ ରେ ପେରୁର ରାଜଧାନୀ ଲିମାରେ ହୋଇଥିବା ଏକ ଭୟଙ୍କର ଦୁର୍ଘଟଣାରେ ୩୨୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପେରୁ ଓ ଅର୍ଜେଣ୍ଟିନା ମଧ୍ୟରେ ଚାଲିଥିବା ଫୁଟବଲ୍ ମ୍ୟାଚ୍‌ ସମୟରେ ଦେଖିବାକୁ ମିଳିଥିଲା। ପେରୁ ଓ ଅର୍ଜେଣ୍ଟିନା ମଧ୍ୟରେ ଫୁଟବଲ ମ୍ୟାଚ ସମୟରେ ମ୍ୟାଚ ରେଫରୀ ଏକ ବିବାଦୀୟ କିମ୍ବା ବିବାଦସ୍ପଦ ନିଷ୍ପତି ନେଇଥିଲେ ଯାହା ପରେ ଉପସ୍ଥିତ ଦର୍ଶକମାନେ ରାଗିଗଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଟିଅର ଗ୍ୟାସ୍ ବ୍ୟବହାର କଲେ ଯାହା ପରେ ଷ୍ଟାଡିୟମ୍‌ରେ ଭୟଙ୍କର ଦଳାଚକଟା ପରିସ୍ଥିତି ଉପୁଜିଲା। ଲୋକମାନେ ତଳେ ପଡ଼ି ଚାପି ହୋଇ ନିହତ ହେଲା ଓ ଅନେକ ଆହତ ମଧ୍ୟ ହେଲେ।ଏହି ଦୁର୍ଘଟଣାକୁ ବିଶ୍ବ ଖେଳ ଇତିହାସର ସବୁଠାରୁ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା ଭାବେ ଗଣାଯାଏ।


(୨) 3 ବର୍ଷ ପୂର୍ବେ ଇଣ୍ଡୋନେସିଆରେ ଘଟିଥିଲା କାଞ୍ଜୁରୁହାନ୍ ଷ୍ଟାଡିୟମ୍ ବିପର୍ଯ୍ୟୟ ଇଣ୍ଡୋନେଶିଆରେ ଭୟଙ୍କର ଷ୍ଟାଡିୟମ୍ ଦୁର୍ଘଟଣା: 135 ମୃତ 1 ଅକ୍ଟୋବର 2022 ରେ ଇଣ୍ଡୋନେଶିଆର ମାଲାଙ୍ଗ ସହରର କାଞ୍ଜୁରୁହାନ୍ ଷ୍ଟାଡିୟମ୍‌ରେ ଅରେମା FC ଓ ପେର୍ସାବାୟା ସୁରାବାୟା ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ଖେଳ ଦେଖିବାକୁ ଆସିଥିବା ଫ୍ୟାନମାନେ ମ୍ୟାଚ୍‌ ପରେ ଫିଲ୍ଡ ଭିତରକୁ ପସି ଆସିଲେ। ଭିଡ଼ ଅନିୟନ୍ତ୍ରିତ ହେବା ପରେ ପୋଲିସ ଟିଅର ଗ୍ୟାସ୍ ବ୍ୟବହାର କଲେ। ଏହା ପରେ ଭୟାବହ ଅବସ୍ଥା ସୃଷ୍ଟି ହୋଇଥିଲା ଓ ଲୋକେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କଲେ ଯାହା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ 135 ଜଣ ଲୋକଙ୍କ ମୃତ୍ୟୁ ହେଲା।


(3) ଘାନାର ଅକ୍ରା କ୍ରୀଡା ଷ୍ଟାଡିୟମ୍ ବିପର୍ଯ୍ୟୟରେ ୧୨୬ଜଣଙ୍କ ମୃତ୍ୟୁ… ଘାନାର (Ghana) ଅକ୍ରା (Accra) ସ୍ପୋର୍ଟ୍ସ ଷ୍ଟାଡିୟମ୍‌ରେ ୯ ମେ, ୨୦୦୧ରେ ହାର୍ଟସ୍ ଅଫ୍ ଓକ୍ ଓ ଅସାନ୍ତେ କୋଟୋକୋ ମଧ୍ୟରେ ଏକ ଫୁଟବଲ୍ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍‌ଦୁରାନ୍ତ ଦର୍ଶକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଟିଅର ଗ୍ୟାସ୍ ବ୍ୟବହାର କରିଥିଲେ। ଏହା ପରେ ହୋଇଥିବା ଦଳାଚକଟା ଘଟଣାରେ ଲୋକେ ଗୋଟେ ପରେ ଗୋଟେ ତଳେ ପଡ଼ି ହୋଇ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।


(୪) ଇଂଲାଣ୍ଡ Hillsborough ବିପର୍ଯ୍ୟୟ ମଧ୍ୟ ଥିଲା ଏକ ଭୟାବହ ଘଟଣା… ଇଂଲାଣ୍ଡ(England)ର ଶେଫିଲ୍ଡ (Sheffield)ରେ ୧୫ ଏପ୍ରିଲ୍, ୧୯୮୯ ରେ FA କପ୍ ସେମିଫାଇନାଲ ଖେଳାଯାଇଥିଲା। ଏହି ମ୍ୟାଚ୍ Hillsborough ଷ୍ଟାଡିୟମରେ Liverpool ଓ Nottingham Forest ମଧ୍ୟରେ ହୋଇଥିଲା। ଷ୍ଟାଡିୟମରେ କ୍ଷମତାରୁ ଅଧିକ ଦର୍ଶକ ଥିବାରୁ ଗୋଟିଏ ଷ୍ଟାଣ୍ଡ ଅଚାନକ ଭାଙ୍ଗିପଡିଲା। ଏହି ଭୟଙ୍କର ଦୁର୍ଘଟଣାରେ ୯୬ଜଣଙ୍କର ମୃତ୍ୟୁ ହେଲା।


(୫) ନେପାଳର କାଠମାଣ୍ଡୁ ଷ୍ଟାଡିୟମ୍ ବିପର୍ଯ୍ୟୟରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିଲା… ନେପାଳର ରାଜଧାନୀ କାଠମାଣ୍ଡୁରେ ୧୨ ମାର୍ଚ୍ଚ ୧୯୮୮ ରେ ଏକ ଫୁଟବଲ୍ ମ୍ୟାଚ୍ ଚାଳିଥିବା ବେଳେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବା ପରେ ଦର୍ଶକମାନେ ଷ୍ଟାଡିୟମରୁ ବାହାରିବାକୁ ଚେଷ୍ଟା କରିଥିଲେ। Kathmandu Stadium ଭିତରେ ଥିବା ଦର୍ଶକମାନେ କୁଆପଥର ବର୍ଷାମାଡ଼ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ଖୋଜୁଥିବାବେଳେ ଷ୍ଟାଣ୍ଡ ଛାଡ଼ି ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଷ୍ଟାଡିୟମର କବାଟ ସବୁ ତାଲା ପଡ଼ିଥିବାରୁ, ଲୋକେ ବାହାରିପାରିଲେ ନାହିଁ। ଯାହା ଫଳରେ ଭୟଭୀତ ଦର୍ଶକମାନେ ଜଣଙ୍କ ଉପରେ ଆଉ ଜଣେ ଚଢ଼ିଯିବାକୁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା। ଏହି ଭୟଙ୍କର ଘଟଣାରେ ୯୩ ଜଣ ଦର୍ଶକଙ୍କ ମୃତ୍ୟୁ ହେଲା। ଏହା ବିଶ୍ବ ଫୁଟବଲ୍ ଇତିହାସରେ ସବୁଠାରୁ ଦୁଃଖଦ ଷ୍ଟାଡିୟମ୍ ଦୁର୍ଘଟଣା ମଧ୍ୟରେ ଗଣାଯାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(୬) ଅର୍ଜେଣ୍ଟିନାର The Tragedy of Gate 12 ଦୁର୍ଘଟଣା... ଅର୍ଜେଣ୍ଟିନା (Argentina)ର ବ୍ୟୁନସଏୟର୍ସ (Buenos Aires)ରେ 1968 ଜୁନ 23 ରେ ଏକ ଫୁଟବଲ୍ ମ୍ୟାଚ୍ ପରେ ଘଟିଥିବା ଦୁର୍ଘଟଣାରେ 71 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।। ଏହି ଦୁଃଖଦ ଘଟଣାଟି River Plate ଓ Boca Juniors ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ଘଟିଥିଲା। ମ୍ୟାଚ୍ ସେଷ ପରେ ଷ୍ଟାଡିୟମରୁ ବାହାରିବା ପାଇଁ କବାଟ ବନ୍ଦ ଥିବା କାରଣରୁ ଦର୍ଶକମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହେବା କାରଣରୁ ୭୧ଲୋଙ୍କକ ମୃତ୍ୟୁ ହେଲା।। ଏହି ଘଟଣାକୁ ଅର୍ଜେଣ୍ଟିନା ଫୁଟବଲ୍ ଇତିହାସର ସବୁଠୁ ଦୁଃଖଦ ଦୁର୍ଘଟଣା ମଧ୍ୟରେ ଗଣାଯାଏ।


(୭) ଜୋହାନ୍ସବର୍ଗର Ellis Park Stadium ରେ ଦଳାଚକଟା… ଦକ୍ଷିଣ ଆଫ୍ରିକାର (South Africa) ଜୋହାନ୍ସବର୍ଗ (Johannesburg) ସହରରେ 2001 ଅପ୍ରେଲ 11 ତାରିଖରେ ଏକ ଭୟଙ୍କର ଦଳାଚକଟା ପରିସ୍ଥିତି ପରେ 43 ଜଣ ଲୋକଙ୍କ ମୃତ୍ୟୁ ହେଲା। ଏହି ଦୁର୍ଘଟଣା Ellis Park Stadium ରେ ହେଲା ଯେଉଁଠାରେ କାଇଜର୍ ଚିଫ୍ସ୍ ଓ ଓରଲାଣ୍ଡୋ ପାୟରେଟ୍ସ୍ଙ୍କ ମଧ୍ୟରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ଷ୍ଟାଡିୟମ୍‌ରେ କ୍ଷମତାରୁ ଅଧିକ ଦର୍ଶକ ଭିତରକୁ ପ୍ରବେଶ କରିବା କାରଣରୁ ଭିଡ଼ ହେଲା ଯାହା ପରେ ଦଳାଚକଟା ହେଲା।


(୮) ବେଲ୍ଜିୟମ୍‌ରେ ହେୟସେଲ୍‌ ଷ୍ଟାଡିୟମ୍ ବିପର୍ଯ୍ୟୟ… 29 ମେ, 1985କୁ ବେଲଜିୟମର ବ୍ରସେଲ୍ସ ସହରରେ ଥିବା ହେୟସେଲ୍ ଷ୍ଟାଡିୟମ୍‌ରେ ୟୁରୋପିୟନ୍ କପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା, ଯାହା ଲିଭରପୁଲ୍ ଓ ଜୁଭେଣ୍ଟସ୍ଙ୍କ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିଲା। ଉତ୍ତେଜିତ ଦର୍ଶକମାନେ ପରସ୍ପର ମଧ୍ୟରେ ଆକ୍ରମଣ ଆରମ୍ଭ କରିଥିଲେ। ଯାହା ପରେ ଦଳାଚକଟା ହେଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ 39 ଜଣ ମୃତ୍ୟୁବରଣ କରିଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ଯୁଏଫା (UEFA) ଦ୍ବାରା ଇଂଲଣ୍ଡର ଫୁଟବଲ୍ କ୍ଲବ୍‌ଗୁଡିକୁ ବହୁ ବର୍ଷ ପର୍ଯ୍ୟନ୍ତ ୟୁରୋପିୟ ଟୁର୍ଣ୍ଣାମେଣ୍ଟ‌ରୁ ବାଦ ଦିଆଯାଇଥିଲା।


(୯) କାମେରୁନ୍‌ର ୟାଉଣ୍ଡେ ଷ୍ଟାଡିୟମ୍ ବିପର୍ଯ୍ୟୟରେ ହୋଇଥିଲା ଦଳାଚକଟା ନାଇଜେରିଆ ସହିତ ମ୍ୟାଚ୍ ଦେଖିବାକୁ ଯାଉଥିବା ସମୟରେ କାମେରୁନ୍ (Cameroon)ର ରାଜଧାନୀ ୟୋଆନ୍ଦେ (Yaound)ରେ ଅବସ୍ଥିତ ଓଲମ୍ବେ ଷ୍ଟାଡିୟମ୍ (Olembe Stadium) ଭିତରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହି ଘଟଣା 2022 ଜାନୁଆରୀ 24 ତାରିଖରେ ଘଟିଥିଲା, ଯେଉଁ ଦିନ ଆଫ୍ରିକା କପ୍ ଅଫ୍ ନେସନ୍ସ୍ (Africa Cup of Nations)ର ଏକ ମୁଖ୍ୟ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହଜାର-ହଜାର ଫ୍ୟାନ୍ସ ଷ୍ଟାଡିୟମ୍ ଭିତରକୁ ଯାଉଥିବାବେଳେ ଏଣ୍ଟ୍ରାନ୍ସ୍ ଗେଟ୍‌ ନିକଟରେ ଭୀଡ଼ ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଗୋଟିଏ ସମୟରେ ଫ୍ୟାନମାନେ ଜବରଦସ୍ତି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ତେଣୁ ଆଗୁଆ ଗେଟ୍‌ ନିକଟରେ ଅନିୟନ୍ତ୍ରିତ ଭିଡ଼ ହେବାରୁ ଦଳାଚକଟା ହେଲା।

ଏହି ଦୁର୍ଘଟଣାରେ ଅନେକ ଲୋକ ପାଦତଳେ ଚାପି ହୋଇ ପଡ଼ିଯିବା ସହିତ ଗଭୀର ଭାବେ ଆହତ ମଧ୍ୟ ହୋଇଥିଲେ। ସରକାରୀ ତଥ୍ୟ ଅନୁସାରେ 8 ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ମାନବାଧିକାର ସଂଗଠନଗୁଡ଼ିକ ତଦନ୍ତ ଆରମ୍ଭ କରିଥିଲେ ଏବଂ ଷ୍ଟାଡିୟମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।


(୯) ବେଙ୍ଗାଲୁରୁରେ RCB ବିଜୟ ପାଇଁ Victory Parade ବେଳେ ଦଳାଚକଟା: ଘଟଣାରେ ୧୧ ମୃତ, ଅନେକ ଆହତ ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ବେଳେ ଦୁର୍ଘଟଣା:୧୧ ମୃତ, ୪୫ରୁ ଅଧିକ ଆହତ ୪ ଜୁନ୍ ୨୦୨୫ ବେଙ୍ଗାଲୁରୁ (Bengaluru)ରେ Royal Challengers Bengaluru ଟିମ୍‌ର IPL 2025 ଚାମ୍ପିଅନ୍ ହେବା ଅବସରରେ ଏକ ବିଜୟ ପରେଡ୍‌ର ଆୟୋଜନ କରାଯାଇଥିଲା। RCB ର ଏହି ବିଜୟ ଉତ୍ସବ ପାଇଁ ବେଙ୍ଗାଲୁରୁର M. ଚିନ୍ନାସ୍ୱାମୀ ଷ୍ଟେଡିୟମ୍ (Chinnaswamy Stadium) ବାହାରେ ପ୍ରାୟ ୩ ଲକ୍ଷ ଫ୍ୟାନ୍ସ ଜମା ହୋଇଯାଇଥିଲେ।

ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବାକୁ ଲୋକମାନଙ୍କ ଭିଡ଼ ଭିତରେ ଭୟଙ୍କର ଦଳାଚକଟା ହେଲା। ଏହି ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଯାଇଛି ଓ ପାଖାପାଖୀ ୪୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।


ଆଇପିଏଲରେ ଆରସିବିର ଏହି ବିଜୟ ଉତ୍ସବ ଏକ ଦୁର୍ଘଟଣାରେ ପରିଣତ ହୋଇଛି। ଏହିପରି ଘଟଣା କେବଳ ଖେଳପ୍ରେମୀ ନୁହେଁ, ସମଗ୍ର ଖେଳଜଗତକୁ ଅନୁଭୂତି ଦେଇଥାଏ ଯେ ସୁରକ୍ଷା କେତେ ଦରକାର?


Sponsored
10-stadium-stampedes-across-sporting-history | Argus News