ଓଡ଼ିଶାକୁ 10 ହଜାର 536 କୋଟିର ରେଳ ବଜେଟ୍

ଅର୍ଗସ ବ୍ୟୁରୋ: ଓଡ଼ିଶାକୁ 10 ହଜାର 536 କୋଟିର ରେଳ ବଜେଟ୍ । ପ୍ରେସମିଟ୍ରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । 3ଟି ରେଳ କରିଡର କାମ ଆରମ୍ଭ ହେବା ନେଇ କହିଛନ୍ତି ରେଳମନ୍ତ୍ରୀ । ଓଡ଼ିଶାରେ 100% ବିଦ୍ୟୁତ୍କରଣ ହୋଇସାରିଛି ।
ଆଉ 40 ହଜାର ନୂଆ ଟ୍ରେନ୍ ଟ୍ରାକ୍ ତିଆରି ହେବ । ଆଗକୁ ବନ୍ଦେ ମେଟ୍ରୋ ଟ୍ରେନ୍ ଚାଲିବ କହିଲେ ରେଳମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ଵର, ପୁରୀରେ ଏହି ଟ୍ରେନ୍ ଗଡ଼ିବ । ପରେ ସମ୍ବଲପୁରରୁ ରାଉରକେଲା ବନ୍ଦେ ମେଟ୍ରୋ ଟ୍ରେନ୍ ଚାଲିବ । ତାଳଚେରରୁ ରାଉରକେଲା ବନ୍ଦେ ମେଟ୍ରୋ ଟ୍ରେନ୍ ଚାଲିବ । ଓଡ଼ିଶା ସରକାର ଜମି ଶୀଘ୍ର ଦେଲେ ରେଳ କାମ ଦ୍ରୁତ ହେବ ।
ଭାରତ ବର୍ଷ ପାଇଁ ୨ଲକ୍ଷ ୫୨ ହଜାର କୋଟି ଟଙ୍କାର ରେଳ ବଜେଟ କରିଚନ୍ତି କେନ୍ଦ୍ର ସରକାର । ୩ ଟି ବଡ କରିଡ଼ର ନିର୍ମାଣ ହେବ । Energy, ଊର୍ଯା, ରେଳ ସାଗର ଏବଂ ଅମ୍ରିତ ଚତୁର୍ଭୁଜ , ବାଜପେୟୀଙ୍କ ସ୍ଵର୍ଣ୍ଣ ଚତୁର୍ଭୁଜ ପରି ଏହା କାର୍ଯ୍ୟ କରିବ।
ଯେଉଁଠି ୨ ଲାଇନ ଅଛି ୪ ଲାଇନ ହେବ। ଯେଉଁଠି ୪ ଲାଇନ ଅଛି ୬ ଲାଇନ ହେବ । ବର୍ତ୍ତମାନ ଗୋଟିଏ ସପ୍ତାହ ରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ନିର୍ମାଣ ହେଉଛି। ମାର୍ଚ୍ଚ ସୁଦ୍ଧା ବନ୍ଦେ ଭାରତ sleeper train ହେବ । ସେହିପରି ବନ୍ଦେ ମେଟ୍ରୋ ଟ୍ରେନ ଖୁବ୍ ଶୀଘ୍ର ଆସିବ । ଓଡିଶାର ଅନେକ ଗୁଡ଼ିଏ ସ୍ଥାନରେ ଏହା ଚାଲିବ । ସେହିପରି ୪୦ ହଜାର ବଗି ଅପଗ୍ରେଟ୍ ହେବ । ୨୦୨୬ ଅଗଷ୍ଟ ସୁଦ୍ଧା ବୁଲେଟ ଟ୍ରେନ ଚାଲିବ।