Videos
|
National

ଅଖରୋଟ ଖାଇଲେ ମିଳେ ଏପରି ଲାଭ...

Manini Pattanayak
Browse all articles by Manini Pattanayak
·1 year ago·2 min read
ଅଖରୋଟ ଖାଇଲେ ମିଳେ ଏପରି ଲାଭ...

ନୂଆଦିଲ୍ଲୀ: ଅଖରୋଟକୁ ସୁପରଫୁଡ କୁହାଯାଇିଥାଏ।  କାରଣ ଏଥିରେ ପୋଷକ ତତ୍ତ୍ୱ ଭରପୁର ଥାଏ।  ଯଦି ଆପଣ ପ୍ରତ୍ୟେକ ଦିନ ଭିଜା ହୋଇଥିବା ଅଖରୋଟ ର ସେବନ ଗୋଟିଏ ମାସ ପର୍ଯ୍ୟନ୍ତ କରୁଛନ୍ତି  ତେବେ  ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଅଦ୍ଭୁତ ଭାବେ ପ୍ରଭାବ ପକାଇବ। ଭିଜା ଅଖରୋଟ ଖାଇବା ଦ୍ୱାରା ଅନେକ ଚମତ୍କାରୀ  ଲାଭ ମିଳିଥାଏ।  ଯାହା ଆପଣଙ୍କ ଶରୀରକୁ ଭିତରୁ  ମଜଭୁତ କରିବା ସହ ଅନେକ ପ୍ରକାର ରୋଗ ରୁ ରକ୍ଷା କରିଥାଏ।  ତେବେ ଆସନ୍ତୁ ଜାଣିବା  ପ୍ରତ୍ୟେକ ଦିନ ଗୋଟିଏ ମାସ ଭିଜା ଅଖରୋଟ ଖାଇଲେ କଣ କଣ  ଲାଭ ମିଳିଥାଏ।

ହାର୍ଟକୁ ସୁସ୍ଥ ରଖେ

ଭିଜା ହୋଇଥିବା  ଅଖରୋଟ  ସେବନ କରିବା ଦ୍ୱାରା  ହାର୍ଟ ହେଲ୍ଥ ସମସ୍ୟାର ବିପଦ କମ୍‌  ହୋଇଥାଏ। ଅଖରୋଟରେ ଓମେଗା-୩  ଫ୍ୟାଟି ଏସିଡି  ଥାଏ। ଯାହା  ଖରାବ କୋଲେଷ୍ଟ୍ରୋଲ କୁ କମ କରିଥାଏ ଏବଂ ଭଲ କୋଲେଷ୍ଟ୍ରୋଲକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।  ଏହା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ ରେ ରଖିଥାଏ। ହାର୍ଟର ଧମନୀକୁ ସୁସ୍ଥ ରଖେ, ଯାହା ହୃଦଘାତ ଏବଂ ଷ୍ଟ୍ରୋକ ର ଆଶଙ୍କା ହ୍ରାସ କରିଥାଏ ।

ମସ୍ତିଷ୍କ ପାଇଁ ଲାଭଦାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଖରୋଟକୁ ବ୍ରେନର ପାଓ୍ୱାର ଫୁଡ୍‌ ବୋଲି କୁହାଯାଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଓମେଗା-୩ ଫ୍ୟାଟି ଏସିଡି  ଏବଂ ହାଇ ଭିଟାମିନ୍‌ E ରହିଥାଏ।  ଯାହା ବ୍ରେନ୍‌ ର  ହେଲ୍ଥକୁ ବୃଦ୍ଧି କରିଥାଏ।  ପ୍ରତ୍ୟେକ ଦିନ ଅଖରୋଟ  ଖାଇବା ଦ୍ୱାରା   ସ୍ମରଣଶକ୍ତି ଏକ ଏକାଗ୍ରତା ରେ ସୁଧାର ଆସିଥାଏ। ଅଲଜାଇମର ପରି ମସ୍ତିଷ୍କ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ । 

 ଓଜନ କମାଇବାରେ ସହାୟକ

 ଭିଜା ଅଖରୋଟର ସେବନ ଦ୍ୱାରା  ଓଜନ ହ୍ରାସ ଘଟିଥାଏ।  ଏଥିରେ ପ୍ରୋଟିନ୍‌ ଏବଂ ଫାଇବର ଭରପୁର ମାତ୍ରାରେ ଥାଏ।  ଯାହା ଭୋକକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ଏବଂ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ପୁରିଲାପରି ଅନୁଭବ କରାଇବ। ଏହା ଅନାବଶ୍ୟକ ଭୋଜନର ଲାଳସାକୁ କମ କରିଥାଏ।  ଯାହାଦ୍ୱାରା ଓଜନ  ନିୟନ୍ତ୍ରଣ ହୋଇଥାଏ। 

ସ୍କିନ୍‌ ଏବଂ କେଶ ପାଇଁ ଲାଭଦାୟକ

ଅଖରୋଟରେ ଭିଟାମିନ୍‌ E, ବାୟୋଟିନ୍‌ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ।  ଯାହା ତ୍ୱଚା ଏବଂ କେଶକୁ   ସୁନ୍ଦର କରିବାରେ ସହାୟକ ହୋଇଥାଏ। ଚର୍ମରେ ଆର୍ଦ୍ରତା ବଜାୟ ରହିଥାଏ । କୁଞ୍ଚନ କମିଯାଏ ଏବଂ କେଶ ମୂଳ ଷ୍ଟ୍ରଙ୍ଗ ହୁଏ। ଏହା କେଶ ଝଡିବା ଏବଂ  କେଶ ଫାଟିବା  ସମସ୍ୟାକୁ ଦୂର କରିଥାଏ। 

ହାଡକୁ  ମଜଭୁତ କରିଥାଏ

ଅଖୋରଟରେ ମ୍ୟାଗ୍ନେଶିୟମ ଏବଂ ଫସଫରସ୍‌  ପରି ମିନେରଲ୍ସ ରହିଥାଏ।  ଯାହା ହାଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକ ଦିନ ଅଖରୋଟ ଖାଇବା ଦ୍ୱାରା  ହାଡର ଦୁରର୍ବଳତା ଏବଂ ଅଷ୍ଟିଓପୋରୋସିସ୍ ପରି  ସମସ୍ୟାର ବିପଦ କମ୍‌ ହୋଇଥାଏ। 

 ଭିଜା ଅଖରୋଟ ଖାଇବାର ସଠିକ୍‌ ମାଧ୍ୟମ

 ରାତିରେ ଶୋଇବା ପୂର୍ବରୁ   ୨/୪ ଟି  ଅଖରୋଟକୁ ପାଣିରେ ଭିଜେଇ ରଖି ଦିଅନ୍ତୁ।  ସକାଳୁ ଏହାକୁ ଖାଲିପେଟରେ  ଚୋବେଇ ଚୋବେଇ ଖାଅନ୍ତୁ।  ଭିଜା ଅଖରୋଟର ପାଣି ମଧ୍ୟ ପିଇପାରିବେ।  କାରଣ ଏଥିରେ ପୋଷଣ ତତ୍ତ୍ୱ ମିସିଯାଇଥାଏ।  ଯଦି ସୁସ୍ଥ  ଜୀବନ ବଞ୍ଚିବାକୁ ଚାହୁଁଛନ୍ତି  ତେବେ ଦିଜ ଡାଏଟରେ  ପ୍ରତ୍ୟେକ ଦିନ ଭିଜା ଅଖରୋଟକୁ ଆଡ କରନ୍ତୁ। 

ଅଧିକ ଦେଖନ୍ତୁ :