Videos
|
National

ବାପାଙ୍କ ମୃତ୍ୟୁ ପରେ ୧୦ ବର୍ଷର ନାବାଳକ ଦେଇଛି ଦୋକାନ: ଆନନ୍ଦ ମହିନ୍ଦ୍ରା କହିଲେ ସାହସୀ ବାଳକ

Ritu Das
Browse all articles by Ritu Das
·2 years ago·2 min read
ବାପାଙ୍କ ମୃତ୍ୟୁ ପରେ ୧୦ ବର୍ଷର ନାବାଳକ ଦେଇଛି ଦୋକାନ: ଆନନ୍ଦ ମହିନ୍ଦ୍ରା କହିଲେ ସାହସୀ ବାଳକ

ଅର୍ଗସ ବ୍ୟୁରୋ: ଦେଖନ୍ତୁ ଏଇ କୁନି ପିଲାଟିକୁ। ଦୁନିଆକୁ ଭଲ ସେ ଦେଖିନି କି ଦୁନିଆ ବିଷୟରେ କିଛି ଜାଣିନି ତଥାପି କୁନି କାନ୍ଧରେ ଉଠାଉଛି ପରିବାରର ବୋଝ। କାହିଁକି ନା ମୁଣ୍ଡରୁ ବାପାଙ୍କ ହାତ ଉଠିଯାଇଛି। ସ୍ନେହ ବୋଳା ପଦେ କଥା କହିବାକୁ ପାଖରେ ମା' ନାହିଁ। ନା ବାପାଙ୍କ ତାଗିଦ ମା'ଙ୍କ ଭଲପାଇବା କିଛି ବି ମିଳିନି ତାକୁ। ବାପା ଚାଲିଯିବା ପରେ ଭଲସେ ଘରକୁ ସମ୍ଭାଳୁଛନ୍ତି। ବାପାଙ୍କୁ ବ୍ରେନ ଟିଭି  ହୋଇଥିଲା। କିଛି ଦିନ ତଳେ ସେ ମୃତ୍ୟୁବରଣ କରିଛନ୍ତି। କୁନି ପୁଅର ନାଁ ହେଉଛି ଯଶପ୍ରିତ। ବୟସ ମାତ୍ର ୧୦ ବର୍ଷ। ଏତେବଡ଼ ଦୁଃଖରେ ଭାଙ୍ଗି ନ ପଡ଼ି ବାପାଙ୍କ ଦୋକାନ ସମ୍ଭାଳିଛି କୁନି ପୁଅଟି। 

 

ଆଉ ସବୁବେଳେ ତା ମୁହଁରେ ଅଛି ମିଠା ମିଠା ହସ। ଦୁଃଖର ପାହାଡ ତାଙ୍କ ଉପରେ ଭାଙ୍ଗିପଡ଼ିଥିଲେ ମଧ୍ୟ ସେ ତିଳେମାତ୍ର ଭାଙ୍ଗିପଡ଼ିନାହାନ୍ତି। କାରଣ ବାପା ଚାଲିଯିବା ପରେ ତାଙ୍କ ମା' ପୁଅ ଝିଅକୁ ଛାଡ଼ି ପଳାଇଛନ୍ତି। ସେ ପିଲାଙ୍କ ଦାୟିତ୍ବ ନେବାକୁ ମନା କରିଦେଇଛନ୍ତି। ସେଥିପାଇଁ ଭଉଣୀର ସମସ୍ତ ଦାୟିତ୍ବ ନିଜ କାନ୍ଧକୁ ନେଇଛନ୍ତି ଯଶପ୍ରିତ। କିନ୍ତୁ ଭଉଣୀକୁ ବାପାମା'ର କମି ଅନୁଭବ କରିବାକୁ ଦେଇନି। ଭଉଣୀକୁ ୧୪ବର୍ଷ। ଦୁଇ ଭାଇ ଭଉଣୀ ଯେତେ କଷ୍ଟ ଯନ୍ତ୍ରଣା ଥିଲେ ବି ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚିଛନ୍ତି। ସବୁ ଯନ୍ତ୍ରଣାକୁ ଭୁଲିଯାଇ ଭିଡ଼ ମଧ୍ୟରୁ ନିଜର ପରିଚୟ ତିଆରି କରିବାରେ ଲାଗିପଡ଼ିଛି କୁନି ପୁଅଟି। 
ସକାଳବେଳା ସେ ସ୍କୁଲରେ ପାଠ ପଢ଼ୁଥିବାବେଳେ ସନ୍ଧ୍ୟାରେ ଠେଲାରେ ଅଣ୍ଡା ରୋଲ, ଚିକେନ ରୋଲ, କବାବ ରୋଲ ପନିର ରୋଲ, ଚାଉଭିନ ରୋଲ ଓ ଶିଖ କବାବ ବିକ୍ରି କରୁଛନ୍ତି। ଘଟଣାଟି ହେଉଛି ରାଜଧାନୀ ଦିଲ୍ଲୀର। mr singh food hunter ନାମକ ଜଣେ ୟୁଟ୍ୟୁବର ଏହି ଭିଡିଓକୁ ପୋଷ୍ଟ କରିବାପରେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି। ବହୁ ଲୋକ କୁନି ପୁଅକୁ ନେଇ ମତାମତ ଦେଇଛନ୍ତି। ଏହି ଭିଡିଓ ଦେଖିବା ପରେ ତାଙ୍କୁ ସାହଯ୍ୟ କରିବାକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଆଗେଇ ଆସିଛନ୍ତି। ତାଙ୍କ ସଠିକ ଠିକଣା ମିଳିଲେ ତାଙ୍କ ଫାଉଣ୍ଡେଶନ ଯଶପ୍ରିତର ପାଠପଢ଼ା ଦାୟିତ୍ବ ନେବ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି। 

ତେବେ ଯଶପ୍ରିତଙ୍କୁ ମହିନ୍ଦ୍ରା ଜଣେ ସାହସୀ ବାଳକ ବୋଲି କହିଛନ୍ତି। କିନ୍ତୁ ତାଙ୍କ ପାଠ ପଢ଼ା ଯେମିତି ବନ୍ଦ ନ ହେଉ ବୋଲି ସେ କହିଛନ୍ତି। ସେଥିପାଇଁ ଯଶପ୍ରିତଙ୍କୁ ଯୋଗାଯୋଗ କରିବାରେ ସହଯୋଗ କରିବାଲାଗି ସେ ନିବେଦନ କରିଛନ୍ତି। ଦର୍ଶକବନ୍ଧୁ ଦୁଃଖର କଳାବାଦଲ ଭିତରେ କୁନି ପୁଅର ଏ ଚେନାଏ ହସ ଆମକୁ ବହୁତ କିଛି ଶିଖାଉଛି। ବିପଦ ସମୟରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବାକୁ ଦେଉଛି ପ୍ରେରଣା। ସତରେ ସାହାସୀ ବାଳକ ଯଶପ୍ରିତଙ୍କୁ ଶତ ସଲାମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

10-year-old boy | Argus News