ମେକ୍ ଇନ ଇଣ୍ଡିଆ ଅଭିଯାନକୁ 10 ବର୍ଷ

ଭୁବନେଶ୍ୱର: ମେକ୍ ଇନ ଇଣ୍ଡିଆ ଅଭିଯାନକୁ 10 ବର୍ଷ । ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବାକୁ ପ୍ରଥମ ପାଳି ମୋଦି ସରକାରରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଦେଶର ବିକାଶର ଶକ୍ତିଶାଳୀ ମୂଳଦୂଆ ପାଲଟିଛି ମେକ ଇନ ଇଣ୍ଡିଆ । ସ୍ବଦେଶୀ ଉତ୍ପାଦର ବ୍ୟବହାର ବୃଦ୍ଧି ସହ ଯୁବପିଢିକୁ ଉଦ୍ୟୋଗ ପ୍ରତି ଆକର୍ଷିତ କରିବାକୁ ଏହି ଅଭିଯାନ ଆରମ୍ଭ କରିଥିଲେ ମୋଦି ସରକାର । 10 ବର୍ଷ ମଧ୍ୟରେ ପ୍ରାୟ ପ୍ରତି କ୍ଷେତ୍ରରେ ସ୍ବଦେଶୀ ଉତ୍ପାଦର ଚାହିଦା ବୃଦ୍ଧି ସହିତ ବଢ଼ିଛି ରପ୍ତାନୀ ।
10 ବର୍ଷ ମଧ୍ୟରେ ଦେଶରେ 6 ଲକ୍ଷ 78 ହଜାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛି ମେକ ଇନ ଇଣ୍ଡିଆ ଅଭିଯାନ । 2 ଶହ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ସ୍ବଦେଶୀ ଉତ୍ପାଦ । ଯାହା ଦେଶର ଅର୍ଥନୀତିକୁ ନୂଆ ଦିଶା ଦେଖାଇବାରେ ସଫଳ ହୋଇଛି । ସରକାରଙ୍କ ପ୍ରୋତ୍ସାହନ ଫଳରେ ଏବେ ଦେଶରେ ଶତାଧିକ ଷ୍ଟାର୍ଟଅପ୍ ହାସଲ କରିସାରିଛନ୍ତି ୟୁନିକନ ଯୋଗ୍ୟତା ।
ଅଧିକ ପଢନ୍ତୁ ଭାରତ ଖବର
