Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍ 

National

ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍ 

Smruti Parija
Browse all articles by Smruti Parija
·1 year ago
ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍ 

ଅର୍ଗସ ବ୍ୟୁରୋ: ତୃତୀୟ ପାଳି ମୋଦି ସରକାରକୁ ପୁରଣ ହୋଇଛି ଶହେ ଦିନ । ଏହି ଅବସରରେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଲଞ୍ଚ୍ କରିଛନ୍ତି ଏକାଧିକ ବୃହତ୍ତ ପ୍ରକଳ୍ପ । ମୋଦି 3.0 ଶାସନ କାଳର ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି ସରକାର । 3 ଲକ୍ଷ କୋଟି ମୂଲ୍ୟର  ବିଭିନ୍ନ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ଶିକ୍ଷା, ସ୍ବାସ୍ଥ୍ୟ, ଶକ୍ତି, ସୁରକ୍ଷା, ରେଳ ଓ ସଡ଼କ ପଥ ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର । 

ତୃତୀୟ ପାଳି ସରକାର ଗଠନର ପ୍ରଥମ ଦିନରେ ଆଗାମୀ ଶହେ ଦିନ ପାଇଁ ନିଆଯାଇଥିବା ସଂକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି । ବଡ଼ ଲକ୍ଷ୍ୟ ହାସଲ ପାଇଁ ଜାରି ରହିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
100-days-completed-to-modi-govt | Argus News