Videos
|
National

ଜୟପୁରର ୧୦୦ ହସ୍ପିଟାଲ୍‌କୁ ବୋମା ଧମକ

Ritu Das
Browse all articles by Ritu Das
·1 year ago·1 min read
ଜୟପୁରର ୧୦୦ ହସ୍ପିଟାଲ୍‌କୁ ବୋମା ଧମକ

ଅର୍ଗସ ବ୍ୟୁରୋ: ରାଜସ୍ଥାନ ଜୟପୁରରେ ଥିବା ପ୍ରାୟ ୧୦୦ଟି ହସ୍‌ପିଟାଲ୍‌କୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ହସ୍ପିଟାଲ୍‌ଗୁଡ଼ିକୁ ଯାଞ୍ଚ କରାଯାଇଛି। ଆଜି ସକାଳ ପ୍ରାୟ ୭ଟା ବେଳେ ସିକେ ବିରଳା ହସ୍‌ପିଟାଲ୍‌, ମେନିଲେକ୍‌ ହସ୍ପିଟାଲ୍‌ ସମେତ ବିଭିନ୍ନ ହସ୍‌ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ନିକଟକୁ ଧମକପୂର୍ଣ୍ଣ ଇମେଲ୍‌ ଆସି ପହଞ୍ଚିଥିଲା। ହସ୍ପିଟାଲ୍‌ରେ ବୋମା ଖଞ୍ଜାଯାଇଛି ଏବଂ ହସ୍ପିଟାଲ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବ ବୋଲି ଏଥିରେ ଧମକ ଦିଆଯାଇଥିଲା। 

ଏହା ପଛରେ ‘ଚିଙ୍ଗ୍‌ ଓ କଲ୍ଟିଷ୍ଟ’ ଆତଙ୍କବାଦୀ ଜଡ଼ିତ ଅଛନ୍ତି ବୋଲି ଇମେଲ୍‌ରେ ଦର୍ଶାଯାଇଥିଲା। ଏହାପରେ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ସହ ପୋଲିସ୍‌ ଟିମ୍‌ ହସ୍ପିଟାଲ୍‌ରେ ପହଞ୍ଚି ବ୍ୟାପକ ଯାଞ୍ଚ କରିଥିଲେ। ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାଯାଇଛି। ଧମକପୂର୍ଣ୍ଣ ଇମେଲ୍‌ ପଠାଇଥିବା ବ୍ୟକ୍ତି ଓ ଏହାର ଉତ୍ସକୁ ଚିହ୍ନଟ କରାଯାଉଛି ବୋଲି ପୋଲିସ କହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
100 hospitals | Argus News