Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoorରେ ମରିଛନ୍ତି ୧୦୦ ଆତଙ୍କବାଦୀ: ସ୍ପଷ୍ଟ କଲେ ପ୍ରତିରକ୍ଷା ମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
Operation Sindoorରେ ମରିଛନ୍ତି ୧୦୦ ଆତଙ୍କବାଦୀ: ସ୍ପଷ୍ଟ କଲେ ପ୍ରତିରକ୍ଷା ମନ୍ତ୍ରୀ

ମେ’ ୭ ତାରିଖରେ ଭାରତୀୟ ସେନାଙ୍କ ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ରେ ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି। ତେବେ ଏଥିରେ କେତେଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜାଥନ ସିଂ ସ୍ପଷ୍ଟ କରିଛନ୍ତି। ଆଜି ବସିଥିବା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଜଣ ଆତଙ୍କବାଦୀ ମରିଛନ୍ତି। ଅପରେସନ ‘ସିନ୍ଦୂର’ପରେ ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ବହୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ ।


ଏହି ବୈଠକରେ ପହଲଗାମର ପ୍ରତିଶୋଧ ନେଇ ସବୁ ଦଳକୁ ଜଣାଇଛନ୍ତି କେନ୍ଦ୍ର ସରକାର । ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ AICC ସଭାପତି । ରାହୁଲ ଗାନ୍ଧି ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ବୋଲି କହିଛନ୍ତି। ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । 'ଅପରେସନ୍ ସିନ୍ଦୂର'ର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ । ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ କ'ଣ ରହିବ ଭାରତର ପରବର୍ତ୍ତୀ ପଦକ୍ଷେପ । ଏହା ଉପରେ ପୁରା ବିଶ୍ୱର ନଜର ଥିବାବେଳେ ଆଗାମୀ ରଣନୀତି କଣ ହେବ ତାହାକୁ ଦେଖିବାର କଥା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
100-terrorists-killed-in-operation-sindoor-defence-minister-clarifies | Argus News