Videos
|
National

MGNREGA / ଶ୍ରମିକଙ୍କ ପାଇଁ ଖୁସି ଖବର ! ମନରେଗା ନା ବଦଳିଲା, ମଜୁରୀ ବଢ଼ିଲା

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଶ୍ରମିକଙ୍କ ପାଇଁ ଖୁସି ଖବର ! ମନରେଗା ନା ବଦଳିଲା, ମଜୁରୀ ବଢ଼ିଲା
Narendra Modi

Key Points

ମନରେଗା ଅଧିନରେ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ କାମ ମିଳିପାରୁଛି ।
ପଞ୍ଚାୟତ ସ୍ତରରେ ରୋଜଗାର ଉପଲବ୍ଧ ହେଉଛି ।

ଦେଶର ସର୍ବବହୃତ ଯୋଜନା ମନରେଗାକୁ ନୂଆ ରୂପ ଦେବା ପାଇଁ ନିଷ୍ପତ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମର ନାଁ ପରିବର୍ତ୍ତନ ବିଲ୍‌କୁ ମିଳିଛି ମଞ୍ଜୁରୀ । ଏହି ପରିବର୍ତ୍ତନ ଗ୍ରାମାଞ୍ଚଳରେ ରୋଜଗାର ଓ ବିକାଶକୁ ନୂଆ ଦିଗ ଦେବ ।

ଯୋଜନାର ନୂଆ ନାଁ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ରଖାଯାଇଛି । ନୂଆ ନାଁକୁ କ୍ୟାବିନେଟ ଦ୍ୱାରା ଖୁବ୍‌ଶୀଘ୍ର ଅନୁମୋଦନ ମିଳିବାର ଆଶା କରାଯାଉଛି। ଏହି ଯୋଜନାରେ ବର୍ଷକୁ ଦିଆଯାଉଥିବା ସର୍ବନିମ୍ନ ଗ୍ୟାରେଣ୍ଟି କାର୍ଯ୍ୟ ଦିବସକୁ ୧୨୫କୁ ବୃଦ୍ଧି କରାଯାଇଛି । ଦୈନିକ ମଜୁରି ମଧ୍ୟ ୨୪୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ନିଶ୍ଚିତ ଭାବେ ଶ୍ରମିକଙ୍କ ପାଇଁ ଏକ ଶୁଭ ଖବର । ସେମାନେ ଅଧିକ ରୋଜଗାର କରିପାରିଲେ, ସେମାନଙ୍କ ପରିବାର ମଧ୍ୟ ଖୁସିରେ ଚଳିପାରିବ । ତାଙ୍କ ପିଲା ମାନେ ପାଠ ପଢ଼ିପାରିବେ । ସେମାନଙ୍କ ଭବିଷ୍ୟତ ମଧ୍ୟ ସୁଧୁରିପାରିବ । ମନରେଗା ଅଧିନରେ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ କାମ ମିଳିପାରୁଛି । ପଞ୍ଚାୟତ ସ୍ତରରେ ରୋଜଗାର ଉପଲବ୍ଧ ହେଉଛି ।

ପୋଖରୀ ଖୋଳିବା, ରାସ୍ତା ମରାମତି କରିବା, ନାଳ କରିବା, ମାଟି କାମ ଓ ଅନ୍ୟ ସାମୁହିକ କାମ ଯୋଜନା ଅଧିନରେ ହେଉଛି । ଗ୍ରାମାଞ୍ଚଳରେ ଏହି ଯୋଜନା ରୋଜଗାର ଦେବା ଓ ଜୀବିକାକୁ ସୁରକ୍ଷିତ କରିବାର ଏକ ବଡ଼ ମଧ୍ୟ ରୂପେ କାମ କରୁଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏବେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ ।

ମନରେଗା ଯୋଜନା ୟୁପିଏ-୧ ସରକାରଙ୍କ ଏକ ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଥିଲା। ଏହା ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପ୍ରତିବର୍ଷ ଅତି କମରେ ୧୦୦ ଦିନର ନିଯୁକ୍ତି ଆଇନଗତ ଭାବରେ ସୁନିଶ୍ଚିତ କରାଯାଇଛି।

ଗ୍ରାମାଞ୍ଚଳରେ ବେକାରୀ ହ୍ରାସ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହା ଗ୍ରାମାଞ୍ଚଳ ବିକାଶ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିଥିଲା ​​ଏବଂ ଗରିବ ପରିବାର ପାଇଁ ନିୟମିତ ଆୟର ଏକ ଉତ୍ସ ଯୋଗାଇଥିଲା। ଅଧିକାଂଶ ପ୍ରକଳ୍ପ ଜଳ ସଂରକ୍ଷଣ, ଭୂମି ପୁନରୁଦ୍ଧାର, ରାସ୍ତା ନିର୍ମାଣ ଏବଂ ବୃକ୍ଷରୋପଣ ସହିତ ଜଡିତ ଥିଲା।

ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି- NREGA ଥିଲା । ପରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି MGNREGA ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

MGNREGA | 100 to 125 days: MGNREGA scheme to get name change | Argus News