Videos
|
National

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡକୁ ଆଜି ପୁରିଲା ୧୦୬ବର୍ଷ

Ritu Das
Browse all articles by Ritu Das
·1 year ago·2 min read
ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡକୁ ଆଜି ପୁରିଲା ୧୦୬ବର୍ଷ

ଆଜକୁ ୧୦୬ ବର୍ଷ ପୂର୍ବେ ଏପ୍ରିଲ୍ ୧୩ , ୧୯୧୯ ରେ ଏଭଳି କିଛି ହୋଇଥିଲା ଯେଉଁଥିରେ ସମ୍ପୁର୍ଣ୍ଣ ଦେଶର ଆତ୍ମା କାନ୍ଦି ଉଠିଥିଲା । ଜାଲିୱାଲାବାଗ୍ ହତ୍ୟାକାଣ୍ଡକୁ ୧୦୬ ବର୍ଷ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ଏହି ବିଭତ୍ସ ହତ୍ୟାକାଣ୍ଡର ଚିତ୍ର ଆଜି ପର୍ଯ୍ୟନ୍ତ ଇତିହାସର କଳା ଦିବସ ରୁପେ ସାଇତା ହୋଇରହିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଥିଲେ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟିନାଣ୍ଟ୍ ଗଭର୍ଣ୍ଣର ମାଇକେଲ୍ ଓ ଡାୟାର ।


୧୯୨୭ରେ ଗମ୍ଭୀର ରୋଗ କାରଣରୁ ରେଜିନାଲ୍ଡ ଡାୟାରଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମାଇକେଲ୍ ଡ୍ରାୟାର ଜିବିତ ଥିଲେ ଏବଂ ବ୍ରିଟେନ୍ ଫେରି ଆସିଥିଲେ । କିନ୍ତୁ ଜଣେ ଯୁବକ ୨୧ ବର୍ଷ ପରେ ମଧ୍ୟ ତାଙ୍କ ପିଛା କରୁଥିଲେ ଏବଂ ଏକ ଜନଗହଳି ପୂର୍ଣ୍ଣ ହଲରେ ତାଙ୍କୁ ଗୁଳି ମାରି ଜାଲିୱାନାବାଗ୍ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିଲେ । ସେ ଯୁବକ ଜଣକ ଥିଲେ ଉଦ୍ଧମ ସିଂହ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ବ୍ରିଟିଶ୍ ଇତିହାସର ସେହି ବଦନାମ୍ ଦାଗ ଯାହାର ଚର୍ଚ୍ଚା ମାତ୍ରେ ଆଜି ବି ଇଂରେଜଙ୍କ ମୁଣ୍ଡ ତଳକୁ ନଇଁଯାଏ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେନେ ଏପ୍ରିଲ୍ ୧୦ ତାରିଖରେ ଏହି ଘଟଣା ପାଇଁ ପଶ୍ଚାତାପ ପ୍ରକଟ କରିଥିଲେ । ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖ ବୈଶାଖୀ (ଶିଖ୍ ଧର୍ମାବଲମ୍ବୀଙ୍କ ପର୍ବ) ସମୟରେ ପଞ୍ଜାବ ସମେତ ଭାରତର ଭିନ୍ନ ଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୈଶାଖୀ ପାଳନ କରିବା ପାଇଁ ଅମୃତସର ପହଞ୍ଚିଥିଲେ ।


ଅମୃତସରରେ ଗୋଟିଏ ଦିନ ପୂର୍ବରୁ ହିଁ ବ୍ରିଟିଶ୍ ସରକାର କର୍ଫୁ ଲଗାଇ ଦେଇଥିଲେ । ସରକାର ଘୋଷଣା କରିଥିଲେ ଯେ ଲୋକମାନେ କେଉଁଠି ଏକାଠି ରହିପାରିବେ ନାହିଁ । କିନ୍ତୁ ବୈଶାଖୀ ଦିନ ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ ପରେ ଶ୍ରଦ୍ଧାଳୁ ଜାଲିୱାନାବାଗ୍ ଠାରେ ମିଶିଥିଲେ । କିଛି ସମୟ ମଧ୍ୟରେ ସେଠାରେ ହଜାର ହଜାର ସଂଖ୍ୟକ ଭିଡ଼ ଏକାଠି ହୋଇଥିଲା।


ଉକ୍ତ ସମୟରେ ଜେନେରାଲ୍ ଡାୟାର୍ କୌଣସି ଚେତାବନୀ ନ ଦେଇ କେବଳ ଫାୟାର୍ ବୋଲି କହିଥିଲେ । ଏହାପରେ ଚାଲିଥିଲା ଆଖିବୁଜା ଗୁଳିବର୍ଷଣ । କେହି କିଛି ବୁଝିବା ପୂର୍ବରୁ ନିମିଷକେ ବୋହିଗଲା ରକ୍ତର ନଦୀ । ୫୦ ଜଣ ବନ୍ଧୁକଧାରୀ ପ୍ରାୟ ଦଶ ମିନିଟ କାଳ ୧୬୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଶିଶୁ, ବୃଦ୍ଧ ଓ ମହିଳାଙ୍କ ସମେତ ୪୦୦ ଜଣ ଭାରତୀୟ ସହିଦ ହୋଇଥିଲେ। ଏବଂ ହଜାରେ ପାଖାପାଖି ଆହତ ହୋଇଥିଲେ। ଗୁଳିରୁ ବଞ୍ଚିବା ପାଇଁ ମହିଳାମାନେ ସେଠାରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ । ଫାୟାରିଙ୍ଗ୍ ବନ୍ଦ ହେବା ପରେ ଏହି କୂଅରୁ ୧୨୦ ଟି ଶବ ବାହାର କରାଯାଇଥିଲା । କିଛି ଲୋକ କାନ୍ଥ ଡେଇଁ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗୁଳିରୁ ବଞ୍ଚିବା ତାଙ୍କ ପାଇଁ କଷ୍ଟକର ଥିଲା। ଆଜି ପର୍ଯ୍ୟନ୍ତ ଗୁଳିର ଚିହ୍ନ ସେଠାକାର କାନ୍ଥରେ ରହିଛି ।



ଇଟାର କାନ୍ଥରେ ୧୦୬ ବର୍ଷ ପୂର୍ବେ ବାଜିଥିବା ଏହି ଗୁଳିର ଚିହ୍ନ ଧୀରେ ଧୀରେ କ୍ଷୟ ହେବାକୁ ଲାଗିଲାଣି । ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଲୋମଟାଙ୍କୁରା ଘଟଣାରେ ୧୬୫୦ ରାଉଣ୍ଡ ଗୁଳି ବର୍ଷା ହୋଇଥିଲା । ବ୍ରିଟିଶ ସରକାର ମୁତାବକ ଏହି ହତ୍ୟାକାଣ୍ଡରେ ୪୦୦ ଜଣ ଲୋକ ଇହଲୀଳା ସମ୍ବରଣ କରିଥିଲେ। ଐତିହାସିକ ପର୍ସେଭାଲ ସ୍ପିଅରଙ୍କ ମତରେ, ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ଭାରତ-ବ୍ରିଟିଶ ସମ୍ବନ୍ଧରେ ଏଭଳି ଏକ କ୍ଷତ ଯାହା ୧୮୫୭ ମସିହା ବିଦ୍ରୋହ ପରଠାରୁ ସୃଷ୍ଟି ହୋଇଥିବା କୌଣସି ବି କ୍ଷତ ଠାରୁ ଅଧିକ ଗଭୀର ଥିଲା। ଏହା ଭାରତୀୟ ସ୍ବାଧୀନତା ପାଇଁ ଏକ ଉଲ୍ଲେଖନୀୟ ମାର୍ଗଦର୍ଶକ ପାଲଟିଥିଲା।


106 years since the Jallianwala Bagh massacre | Argus News