Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ, ୧୧ଟାରେ ପ୍ରସାରଣ ହେବ ୧୦୮ ତମ ସଂସ୍କରଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ,  ୧୧ଟାରେ ପ୍ରସାରଣ ହେବ ୧୦୮ ତମ ସଂସ୍କରଣ

ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ । ଦିନ ୧୧ଟାରେ ପ୍ରସାରଣ ହେବ ମନ କି ବାତର ୧୦୮ ତମ ସଂସ୍କରଣ । ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବିଏମ୍‌ ମୋଦି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି ।

ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଏତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି । ୨୦୧୪ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତ ଏପ୍ରିଲରେ ମନ କି ବାତର ଶହେତମ ଏପିସୋଡ ପ୍ରସାରଣ ହୋଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
108th mann ki baat programme today | Argus News