Videos
|
National

ବଜେଟ୍‌ ୨୦୨୪: ଗ୍ରାମାଣୀ କ୍ଷେତ୍ରରେ କୃଷକଙ୍କ ଆର୍ଥିକ ବିକାଶ ହେଉଛି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଜେଟ୍‌ ୨୦୨୪:  ଗ୍ରାମାଣୀ କ୍ଷେତ୍ରରେ କୃଷକଙ୍କ ଆର୍ଥିକ ବିକାଶ ହେଉଛି

ଅର୍ଗସ ବ୍ୟୁରୋ:  ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ସବକା ସାଥ୍‌ ସବକା ବିକାଶ,ସବକା ପ୍ରୟାସ ଚାଲୁ ରହିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ। ଆମ ମନ୍ତ୍ର ଗରିବ କଲ୍ୟାଣ ହିଁ ଦେଶ କଲ୍ୟାଣ ବୋଲି କହିଥିଲେ ଅର୍ଥମନ୍ତ୍ରୀ । ଦେଶରେ ୮୦ କୋଟି ଗରିବଙ୍କୁ ରାସନ ସୁବିଧା ମିଳୁଛି। ଦେଶରେ ନିଯୁକ୍ତି ସୁଯୋଗ ବଢ଼ିଛି। ପାଣି, ଘର ଓ ବିଜୁଳି ଲୋକଙ୍କୁ ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଦିଗରେ ଦେଶ ଆଗେଇ ଚାଲିଛି। ଗ୍ରାମାଣୀ କ୍ଷେତ୍ରରେ କୃଷକଙ୍କ ଆର୍ଥିକ ବିକାଶ ହେଉଛି। ପିଏମ୍‌ ଆବାସ ଯୋଜନାରେ ୭୦ ପ୍ରତିଶତ ମହିଳା ହିତାଧିକାରୀଙ୍କୁ ଉପକୃତ ହୋଇଛନ୍ତି। ଗରିବଙ୍କ ଆଙ୍କାକ୍ଷା ପୂରଣରେ ଗ୍ୟାରେଣ୍ଟି ଦିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୫ ବର୍ଷରେ ଆଉ ୨ କୋଟି ହିତାଧିକାରୀଙ୍କୁ ଆବାସ ମିଳିବ। ୪କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାରେ ସୁବିଧା ମିଳିଛି।

ଅନ୍ନଦାତା ଯୋଜନାରେ ୧୧.୮ କୋଟି ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ କାରିଗରମାନଙ୍କୁ ସୁବିଧା ମିଳୁଛି। ପ୍ରଧାନମନ୍ତ୍ରୀ ସ୍ୱନିଧୀ ଯୋଜନାରେ ପ୍ରାୟ ୭୮ ଲକ୍ଷ ଶ୍ରମିକଙ୍କୁ ସହାୟତା ମିଳିଛି। ପିଏମ୍‌ ମୁଦ୍ରା ଯୋଜନାରେ ଯୁବଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଉଛି। ଫଳରେ ସେମାନେ ସ୍ୱରୋଜଗାରକ୍ଷମ ହୋଇପାରିଛନ୍ତି। ୧୦ ବର୍ଷରେ ମହିଳା ଅଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ମୋଦି ସରକାରଙ୍କ ସମୟରେ କ୍ରୀଡା କ୍ଷେତ୍ର ଶିଖରରେ ପହଞ୍ଚିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:


 

11.8 crore farmers are benefited under the Anna Dhan Yojana ​in budget | Argus News