Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିରାଟଙ୍କୁ ଦେଖିବା ପାଇଁ ଦଳାଚକଟା, ୧୧ ମୃତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିରାଟଙ୍କୁ ଦେଖିବା ପାଇଁ ଦଳାଚକଟା, ୧୧ ମୃତ

Key Points

RCBର ଭିକ୍ଟ୍ରି ପରେଡ୍ ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା
୧୧ ଜଣଙ୍କ ମୃତ୍ୟୁ, ୫୦ ଆହତ
ଷ୍ଟାଡିୟମ ବାହାରେ ଦଳାଚକଟା


ବିରାଟଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଭିଡ। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା। ଏହି ଦଳହଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୫୦ ଆହତ ହୋଇଥିବା ଜଣାପଡିଛି। ଷ୍ଟାଡିୟମ ବାହାରେ ଘଟିଛି ଏହି ବଡ଼ ଅଘଟଣ। RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବଡ଼ ଅଘଟଣ। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲାଠି ଚାର୍ଜ ଆରମ୍ଭ କରିଥିଲା।

ଏହି ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଏବେସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଥିଲା। ଯେହେତୁ ୧୮ ବର୍ଷ ପରେ RCB IPL ଚାମ୍ପିଅନ ହୋଇଛି ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11-dead-50-injured-in-stampede-outside-bengaluru-stadium-amid-rcb-celebrations | Argus News