Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘାଟିରୁ ୫୦ ମିଟର ତଳକୁ ଖସିଲା ପରିବା ବୋଝେଇ ଟ୍ରକ୍; ୧୧ ଚାଷୀ ମୃତ, ୧୫ ଆହତ

National

ଘାଟିରୁ ୫୦ ମିଟର ତଳକୁ ଖସିଲା ପରିବା ବୋଝେଇ ଟ୍ରକ୍; ୧୧ ଚାଷୀ ମୃତ, ୧୫ ଆହତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଘାଟିରୁ ୫୦ ମିଟର ତଳକୁ ଖସିଲା ପରିବା ବୋଝେଇ ଟ୍ରକ୍; ୧୧ ଚାଷୀ ମୃତ, ୧୫ ଆହତ

Key Points

ଚାଲିଗଲା ୧୧ ଜଣଙ୍କ ଜୀବନ

ଘାଟିରୁ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ଅର୍ଗସ ବ୍ୟୁରୋ: ପ୍ରାଣ ନେଇଗଲା ପରିବାର ପୋଷୁଥିବା ପରିବା । ପ୍ରତ୍ୟୁଷରେ ଚାଲିଗଲା ୧୧ ଜଣଙ୍କ ଜୀବନ । ଯେଉଁ ପରିବା ୫ ପ୍ରାଣୀର କୁଟୁମ୍ବ ପୋଷୁଥିଲା, ଆଜି ବେସାହାରା କରି ଦେଲା । ପରିବା ନେଇ ବଜାରକୁ ବିକ୍ରି ଲାଗି ଯାଉଥିବା ବେଳେ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।


ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ । ବୁଧବାର ଭୋର୍ ସମୟରେ ୟେଲ୍ଲାପୁରାରରେ ଏକ ଟ୍ରକ୍‌ ଘାଟିରୁ ୫୦ ଫୁଟ୍ ତଳକୁ ଖସିବାରୁ ୧୧ ଚାଷୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ଅନୁସାରେ, ଚାଷୀମାନେ ଫଳ ଓ ପରିବା ନେଇ ଏକ ଟ୍ରକ୍‌ରେ ଯାଉଥିଲେ । ଉକ୍ତ ଟ୍ରକ୍‌ରେ ପ୍ରାୟ ୨୫ ଜଣ ଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସକାଳ ପ୍ରାୟ ୫ଟା ସମୟରେ ସାବନୁର-ହୁବଳି ରାଜପଥରେ ଟ୍ରକ୍ ଚାଳକ ଆଉ ଏକ ଗାଡ଼ି ରାସ୍ତା ଦେବାକୁ ଯାଇ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକ୍‌ଟି ଘାଟି ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟିଥିବା ସ୍ଥାନରେ କୌଣସି ସୁରକ୍ଷା ପ୍ରାଚୀର ନଥିବା ଜଣାପଡ଼ିଛି ।


ଦୁର୍ଘଟଣା ପରେ ଉଦ୍ଧାର ଲାଗି କ୍ରେନ୍ ନିୟୋଜନ କରାଯାଇଥିଲା । କ୍ରେନ୍ ଦ୍ଵାରା ଆହତଙ୍କ ସହ ମୃତକଙ୍କ ଶବକୁ ଉପରକୁ ଅଣାଯାଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Sponsored
11 Died As Vegetable Loaded Truck Met With An Accident | Argus News