Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାଥରସରେ ବଡ଼ ଧରଣର ଦୁର୍ଘଟଣା, ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହାଥରସରେ ବଡ଼ ଧରଣର ଦୁର୍ଘଟଣା, ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ବଡ଼ ଧରଣର ଦୁର୍ଘଟଣା । ହାଥରସ ଜିଲ୍ଲା ରତିଭାନପୁରରେ ଆୟୋଜିତ ପ୍ରବଚନ ସଭାରେ ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଦଳାଚକଟା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯୋଗୀ ସରକାର ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କୁ 50 ହଜାର ଟଙ୍କା ଘୋଷଣା କରିଛନ୍ତି । ଘଟଣା ଭୋଲେ ବାବାଙ୍କ ସତସଙ୍ଗ ଉଦ୍‌ଯାପନୀ ସମାରୋହରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଳ ଭିଡ ମଧ୍ୟରେ ଦଳାଚକଟା ଘଟଣା ଘଟିଛି । ଅତ୍ୟଧିକ ଗରମ ଯୋଗୁ ଦଳାଚକଟା ହୋଇଥିବା ଆଶଙ୍କା କରାଯାଉଛି।

ଅନୁମାନଠାରୁ ବହୁ ଲୋକଙ୍କ ସମାଗମ ଫଳରେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଥିଲା । ଆୟୋଜନକାରୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରବଚନ ପାଇଁ ଅନୁମତି ମିଳିଥିଲା । କିନ୍ତୁ  କାର୍ଯ୍ୟକ୍ରମରେ ଆୟୋଜନକାରୀଙ୍କ ଅନୁମାନଠାରୁ ବହୁ ଅଧିକ ସଂଖ୍ୟାରେ ଲୋକ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରାଯାଇଛି। ପୋଲିସ ଦଳ ଏବଂ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତ ମହିଳା, ଶିଶୁ ଏବଂ ପୁରୁଷଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏଟା, ଆଲିଗଡ, ସିକନ୍ଦରା ରାଓ ଡାକ୍ତରଖାନାକୁ ନିଆଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
116 killed in Hathras satsang stampede in UP | Argus News