Videos
|
National

ଗଙ୍ଗାରେ ବୁଡ଼ ପକାଇଛନ୍ତି ବିଶ୍ୱର 77ଟି ଦେଶରୁ 118 କୁଟନୀତିଜ୍ଞଙ୍କ ପ୍ରତିନିଧିମଣ୍ଡଳୀ

Banajyotshna Ray
Browse all articles by Banajyotshna Ray
·1 year ago
ଗଙ୍ଗାରେ ବୁଡ଼ ପକାଇଛନ୍ତି ବିଶ୍ୱର 77ଟି ଦେଶରୁ 118 କୁଟନୀତିଜ୍ଞଙ୍କ ପ୍ରତିନିଧିମଣ୍ଡଳୀ

ଅର୍ଗସ ବ୍ୟୁରୋ:  ପ୍ରୟାଗରାଜରେ ବିଦେଶୀ ଅତିଥିଙ୍କୁ ଭବ୍ୟ ସ୍ୱାଗତ । ଆଜି ବିଶ୍ବର 77ଟି ଦେଶରୁ 118 କୁଟନୀତିଜ୍ଞଙ୍କ ପ୍ରତିନିଧିମଣ୍ଡଳୀ ଗଙ୍ଗାରେ ପବିତ୍ର ବୁଡ଼ ପକାଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରତିନିଧି ମଣ୍ଡଳୀ । ଭାରତ ଆସିଥିବା ଟିମରେ ରୁଷିଆ,ଆମେରିକା, ମାଲେସିଆ, ଜିମ୍ବାୱେ, ଉରୁଗୁଏ, ପୋଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ, ୟୁକ୍ରେନ ସମେତ 77ଟି ଦେଶର ଗୃହ ମନ୍ତ୍ରଣାଳୟ ଅଧିକାରୀ ଓ ରାଷ୍ଟ୍ରଦୂତ ମଧ୍ୟ ସାମିଲ ଅଛନ୍ତି ।


144 ବର୍ଷ ଅନ୍ତରରେ ହେଉଥିବା ମହାକୁମ୍ଭରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ବିଦେଶୀ ଅତିଥି । ହିନ୍ଦୁ ସଂସ୍କୃତିକୁ ବୁଝିବାକୁ ଭାରତ ଆସିବାକୁ ସ୍ୱପ୍ନ ଦେଖିଥିଲେ ବୋଲି କହିଛନ୍ତି ବିଭିନ୍ନ ଦେଶର ପ୍ରତିନିଧି । 13 ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ପ୍ରୟାଗରାଜରେ 32 କୋଟି ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିଥିବା ରେକର୍ଡ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: