Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁର୍ସିଦାବାଦ ହିଂସା ଘଟଣାରେ ୧୧୮ ଅଭିଯୁକ୍ତ ଗିରଫ

National

ମୁର୍ସିଦାବାଦ ହିଂସା ଘଟଣାରେ ୧୧୮ ଅଭିଯୁକ୍ତ ଗିରଫ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁର୍ସିଦାବାଦ ହିଂସା ଘଟଣାରେ ୧୧୮ ଅଭିଯୁକ୍ତ ଗିରଫ

Key Points

ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସା
ମୁର୍ସିଦାବାଦ ହିଂସା ଘଟଣାରେ ୧୧୮ ଅଭିଯୁକ୍ତ ଗିରଫ
`ହିଂସା ପଛରେ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କ ହାତ'
ମୁର୍ସିଦାବାଦ ହିଂସାକୁ ନେଇ ଦିଦି ଖୋଲିଲେ ମୁହଁ
ମମତାଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର

ହିଂସା ନିଆଁରେ ଜଳୁଛି ଦିଦିଙ୍କ ଗଡ଼ । ପଶ୍ଚିମବଙ୍ଗରେ ୱାକଫ ଆଇନ ଲାଗୁ ହେବନି ବୋଲି ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା ପରେ ବି ମୁର୍ସିଦାବାଦରେ ଘଟିଛି ବ୍ୟାପକ ହିଂସାକାଣ୍ଡ । ରାଜ୍ୟ ସରକାର ତୁରନ୍ତ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ୱାକଫ ଆଇନକୁ ନେଇ କେନ୍ଦ୍ରକୁ ଜବାବ ମାଗିବାକୁ କହି ହଂସା ବଢ଼ାଇଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର । ହିନ୍ଦୁଙ୍କୁ ଭୟଭୀତ କରି ମମତା ସରକାର ପଶ୍ଚିମବଙ୍ଗକୁ ଦ୍ବିତୀୟ ବାଂଲାଦେଶ ବନାଇବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ୨ ଦିନ ଧରି ଦଙ୍ଗାକାରୀ ରେଳ ମନ୍ତ୍ରାଳୟର ବ୍ୟାପକ ସମ୍ପତ୍ତି ନଷ୍ଟ କରିଥିବାରୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

ଏପଟେ ମୁର୍ସିଦାବାଦ ହିଂସାକାଣ୍ଡର ଗୋଟିଏ ପରେ ଗୋଟିଏ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । ଲୋକଙ୍କ ଘର, ବିଭିନ୍ନ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇଥିଲେ ଦଙ୍ଗାକାରୀ । ଦଙ୍ଗାକାରୀଙ୍କ ମଧ୍ୟରେ ବହୁସଂଖ୍ୟାରେ ରୋହିଙ୍ଗ୍ୟା ଓ ବାଂଲାଦେଶୀ ସାମିଲ ହୋଇ ହିନ୍ଦୁ ସଂପ୍ରଦାୟ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଘୋଷ । ବର୍ତ୍ତମାନ ସୁଦ୍ଧା ହିଂସା ଘଟଣାରେ ୧୧୮ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ୮ ତାରିଖରେ ଜାରି ହୋଇଥିଲା ୱାକଫ ବିଜ୍ଞପ୍ତି । ସଂସଦରେ ଦୀର୍ଘ ଚର୍ଚ୍ଚା ପରେ ବିଲ୍ ପାସ୍ ହୋଇଥିଲେ ବି ୱାକଫ ଆଇନ ସପକ୍ଷରେ ଓ ବିପକ୍ଷରେ ଦେଶର ବିଭିନ୍ନ ରାଜ୍ୟ ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଦାୟର ହୋଇଛି ପିଟିସନ । ଆସନ୍ତା ୧୬ ତାରିଖରେ ସୁପ୍ରିମକୋର୍ଟ ୱାକଫ ଆଇନକୁ ନେଇ ଶୁଣାଣି କରିବା ସମ୍ଭାବନା ରହିଛି । ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ୱାକଫ ଆଇନ ଲାଗୁ ହେବନାହିଁ ବୋଲି ପ୍ରତିଶ୍ରୁତି ପରେ ବି ମୁର୍ସିଦାବାଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଘଟଣା ପଛରେ ଦେଶ ବିରୋଧୀ ଗୋଷ୍ଠୀର ହାତ ଥିବା ସନ୍ଦେହ କରିଛି ବିଜେପି । ରେଳ କାର୍ଯ୍ୟାଳୟ ଓ ରେଲ ଧାରଣାରେ ଭଙ୍ଗାରୁଜା ଘଟଣାରେ NIA ଦ୍ବାରା ତଦନ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
118-persons-have-been-arrested-in-the-incident | Argus News