Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - `ମନ କୀ ବାତ୍' ର ୧୧୯ତମ ସଂସ୍କରଣରେ ମନର କଥା କହିଲେ ମୋଦୀ

National

`ମନ କୀ ବାତ୍' ର ୧୧୯ତମ ସଂସ୍କରଣରେ ମନର କଥା କହିଲେ ମୋଦୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
`ମନ କୀ ବାତ୍' ର ୧୧୯ତମ ସଂସ୍କରଣରେ ମନର କଥା କହିଲେ ମୋଦୀ

Key Points

`ମନ କୀ ବାତ୍' ର ୧୧୯ତମ ସଂସ୍କରଣରେ ମନର କଥା କହିଲେ ମୋଦୀ
AIକୁ ନେଇ ବିଶ୍ବ ସ୍ତରରେ ଭାରତ ସାଉଁଟିଥିବା ପ୍ରଶଂସା ବିଷୟରେ ବଖାଣିଲେ
କହିଲେ, ସମୃଦ୍ଧ ଦେଶ ପାଇଁ ନାରୀ ଶକ୍ତିର ଭୂମିକା ଗୁରୁତ୍ବପୂର୍ଣ୍ଣ
ମହିଳା ଦିବସରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ନାରୀଶକ୍ତିକୁ ମୋଦି କରିବେ ସମର୍ପଣ
ମେଦ ବହୁଳତାରୁ ମୁକ୍ତ ହେବାକୁ ପୁରା ଭାରତକୁ ଦେଲେ ଟିପ୍ସ
`BE HAPPY AND STRESS FREE' ର ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର


ଆଜି `ମନ୍ କୀ ବାତ' ର ୧୧୯ତମ ସଂସ୍କରଣରେ ନିଜ ମନର କଥାକୁ ରେଡିଓରେ ଖୋଲାଖୋଲି ବଖାଣିଛନ୍ତି ପିଏମ ମୋଦୀ ...ଆରମ୍ଭରୁ ଚାମ୍ପିୟନ୍ସ ଟ୍ରଫି ଓ ସବୁଠି କ୍ରିକେଟର ମାହୋଲରୁ ନିଜ ସମ୍ବୋଧନରେ କହିଥିଲେ ... କ୍ରିକେଟରେ ସେଞ୍ଚୁରୀର ମହତ୍ବ ଯେମିତି, ଭାରତ ମହାକାଶ କ୍ଷେତ୍ରରେ ବି ସେଞ୍ଚୁରୀ ମାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ...ଇସ୍ରୋକୁ ପ୍ରଶଂସା କରି ମୋଦୀ କହିଛନ୍ତି ମହାକାଶରେ ଭାରତ ରେକର୍ଡ କରିଛି .. ଗତ ମାସରେ ଇସ୍ରୋ 100ତମ ରକେଟ୍ ଲଞ୍ଚର ସାକ୍ଷୀ ବନିଛି ଦେଶ.. ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଞ୍ଚ ହୋଇଛି .. ଏହା କେବଳ ଏକ ସଂଖ୍ୟା ନୁହେଁ, ସ୍ପେସ୍ ସାଇନ୍ସରେ ଦେଶ ନୂତନ ଉଚ୍ଚତାକୁ ଛୁଇଁଥିବାକୁ ଦର୍ଶାଉଛି ..

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ବି ଭାରତ ଦ୍ରୁତଗତିରେ ମାଡ଼ି ଚାଲିଛି .. AIରେ ଭାରତକୁ ବିଶ୍ବ ସ୍ତରରେ ପରିଚୟ ମିଳିବା ସହିତ ପ୍ରଶଂସା ସାଉଁଟୁଛି .. ଭାରତର ନୂଆ ଟେକ୍ନୋଲୋଜିକୁ ନେଇ ସବୁଠି ଆଲୋଚନା.. ମହାକାଶ ଗବେଷଣା ହେଉ କି AI, ଏଥିରେ ଯୁବଗୋଷ୍ଠୀଙ୍କ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ ... ଏହାର ଉଦାହରଣ ମଧ୍ୟ ଆମ ଦେଶରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି ମୋଦୀ ...


ଭାରତ ସଂସ୍କୃତିରେ ଝିଅଙ୍କୁ ସମ୍ମାନ ସର୍ବୋପରି .. ଦେଶର ମାତୃଶକ୍ତି, ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ନିର୍ମାଣରେ ସାମିଲ ହୋଇଛନ୍ତି .. ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିଛି .. ତେଣୁ ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ଚଳିତବର୍ଷ ମହିଳା ଦିବସ ପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଯେପରି ଏକ୍ସ, ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଗୋଟିଏ ଦିନ ପାଇଁ ନାରୀଶକ୍ତିଙ୍କୁ ସମର୍ପିତ କରିବାକୁ ଯାଉଛନ୍ତି ପିଏମ୍ ।

ସ୍ବାସ୍ଥ୍ୟ ହିଁ ସମ୍ପଦ । ଭାରତରେ ମୁଣ୍ଡ ଟେକିଥିବା ମେଦ ବହୁଳତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମେଦ ବହୁଳତା ଅନେକ ରୋଗର କାରଣ । ୮ ଜଣରୁ ଜଣେ ମେଦ ବହୁଳତରା ଶିକାର । ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢିଛି । ତେଣୁ ମୋଟାପଣ କମାଇବାକୁ ନିଜ ଖାଦ୍ୟରେ ବ୍ୟବହାର କରୁଥିବା ତେଲରୁ 10 ପ୍ରତିଶତ କମାଇବାକୁ ଚ୍ୟାଲେଞ୍ଜ ଭାବେ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି ମୋଦୀ ...`BE HAPPY AND STRESS FREE' ର ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
119th episode of Mann Ki Baat of Prime Minister narendra Modi news | Argus News