Videos
|
National

Snake Rescue / ରୋଷେଇ ୧୨ ଫୁଟ୍‌ ଲମ୍ବା ଓ ୨୫ କିଲୋ ଓଜନର ବିଶାଳ ଅଜଗର, ଭୟରେ ପରିବାର

Rashmita Mishra
Browse all articles by Rashmita Mishra
·1 hour ago·2 min read
ରୋଷେଇ ୧୨ ଫୁଟ୍‌ ଲମ୍ବା ଓ ୨୫ କିଲୋ ଓଜନର ବିଶାଳ ଅଜଗର, ଭୟରେ ପରିବାର
Snake Rescue

Key Points

ରୋଷେଇ ୧୨ ଫୁଟ୍‌ ଲମ୍ବା ଓ ୨୫ କିଲୋ ଓଜନର ବିଶାଳ ଅଜଗର
ଭୟରେ ପରିବାର । 

ରୋଷେଇ ଘରେ ପିଲାଙ୍କ ପାଇଁ ଖାଦ୍ୟ ରାନ୍ଧିବାକୁ ଯାଇଥିଲେ ମହିଳା । ସ୍ଲାବ୍‌ ଉପରେ ନଜର ପଡ଼ିବା ମାତ୍ରେ ତାଙ୍କ ପାଦତଳୁ ମାଟି ଖସିଗଲା । ଆଖି ସାମ୍ନାରେ ଫଣା ନୁହେଁ, ବରଂ ପ୍ରାୟ ୧୨ ଫୁଟ୍‌ ଲମ୍ବା ଓ ୨୫ କିଲୋ ଓଜନର ବିଶାଳ ଅଜଗର ! ଭୟରେ ଚିତ୍କାର କରି ଘରୁ ବାହାରକୁ ଦୌଡ଼ିଲେ ପୂନମ୍‌ ।

ଇଟାୱା ସହରର ସିଭିଲ ଲାଇନ ଥାନା ଅଞ୍ଚଳର ଧର୍ମନଗର କଲୋନୀରେ ଏକ ଘରର ରୋଷେଇ ଘରୁ ପ୍ରାୟ ୧୨ ଫୁଟ୍‌ ଲମ୍ବା ଓ ୨୫ କିଲୋ ଓଜନର ଏକ ବିଶାଳ ଅଜଗର ଉଦ୍ଧାର ହେବା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ଅନୁଯାୟୀ, ପୂନମ୍‌ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧିବାକୁ ରୋଷେଇ ଘରକୁ ଯାଇଥିଲେ । ହଠାତ୍‌ ସେ ସ୍ଲାବ୍‌ ଉପରେ ଏକ ବିଶାଳ ଅଜଗରକୁ ଦେଖିଥିଲେ । ଏହା ଦେଖି ସେ ଭୟରେ ଚିତ୍କାର କରି ବାହାରକୁ ଦୌଡ଼ି ଆସିଥିଲେ । ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇଯାଇଥିଲେ । ପରେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବନ ବିଭାଗ ପହଞ୍ଚିଥିଲେ । ଅନେକ ସମୟର ଚେଷ୍ଟା ପରେ ସେ ଅଜଗରଟିକୁ ଉଦ୍ଧାର କରିଥିଲେ । ଅଜଗରଟି ପାଇଥନ୍‌ ମୋଲୁରସ୍‌ ପ୍ରଜାତିର ଏବଂ ବିଷହୀନ ବୋଲି ବନ ବିଭାଗ କହିଥିଲେ । ତେବେ ଏହା କାମୁଡ଼ିଲେ ଗୁରୁତର ସଂକ୍ରମଣ, ଏପରିକି ଗ୍ୟାଙ୍ଗ୍ରିନ୍‌ ଭଳି ସମସ୍ୟା ହୋଇପାରେ ବୋଲି ସେ ସତର୍କ କରିଥିଲେ ।

ପୂନମ୍‌ କହିଛନ୍ତି ଯେ ଏତେ ବଡ଼ ଅଜଗର ସେ ଏହି ଅଞ୍ଚଳରେ ପୂର୍ବରୁ କେବେ ଦେଖିନଥିଲେ । ଅଜଗରଟିକୁ ଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ରେସ୍କ୍ୟୁ ପରେ ପରିବାର ଓ ପଡ଼ୋଶୀମାନେ ଆଶ୍ୱସ୍ତ ହୋଇଥିଲେ । ପୂନମ୍‌ଙ୍କର ତିନିଜଣ ଛୋଟ ପିଲା ଥିବାବେଳେ ତାଙ୍କ ସ୍ୱାମୀ ମଜୁରି କାମ କରନ୍ତି ।

ବନ୍ୟଜୀବ ବିଶେଷଜ୍ଞଙ୍କ ଅନୁଯାୟୀ, ଅଜଗର ଭାରତୀୟ ବନ୍ୟଜୀବ ସୁରକ୍ଷା ଆଇନ, ୧୯୭୨ ଅଧୀନରେ ସୁରକ୍ଷିତ ପ୍ରାଣୀ । ଏହାକୁ ମାରିବା କିମ୍ବା କ୍ଷତି ପହଞ୍ଚାଇବା ଆଇନତଃ ଦଣ୍ଡନୀୟ । ଉଦ୍ଧାର ପରେ ସାମାଜିକ ବନୀକରଣ ବିଭାଗ, ଇଟାୱାର ନିର୍ଦ୍ଦେଶନାରେ ଅଜଗରଟିକୁ ଫିଶର ବନ ଅଞ୍ଚଳରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: