Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାର ଭାଙ୍ଗିଯିବା ଭୟରେ ଥରହର ଦିଦି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସରକାର ଭାଙ୍ଗିଯିବା ଭୟରେ ଥରହର ଦିଦି !

Key Points

  • ସରକାର ଭାଙ୍ଗିଯିବା ଭୟରେ ଥରହର ଦିଦି
  • ରାତିର ସାଥୀ ଯୋଜନା ଆଣିବେ ମମତା
  • ଏତେ ଦିନ ପରେ ଦିଦିଙ୍କର ପଶିଲା ଚେତା

ଅର୍ଗସ ବ୍ୟୁରୋ : ପ୍ରବଳ ବିରୋଧ, ହୋହ୍ଲଲ୍ଲା...କୋର୍ଟଙ୍କ ଭର୍ତ୍ସନା ପରେ ଦିଦିଙ୍କ ବୋଧହୁଏ ଚେତା ପଶିଛି । ସେଇଥି ଲାଗି ତ ମହିଳାଙ୍କ ସୁରକ୍ଷା ପାଇଁ ଆଣିବାକୁ ଯାଉଛନ୍ତି ନୂଆ ଯୋଜନା । ଏଣିକି ରାତିରେ କାମ କରୁଥିବା ମହିଳା କର୍ମଚାରୀଙ୍କ ଲାଗି ବଙ୍ଗ ସରକାର ‘ରାତିର ସାଥୀ’ ନାଁରେ ଯୋଜନା ଆଣିବାକୁ ଯାଉଛନ୍ତି । ଆଉ ଯୋଜନା କାର୍ଯ୍ୟକାରୀ ହେବା ପରେ କୁଆଡେ଼ କର୍ମଜୀବୀ ମହିଳାମାନେ ନିଜକୁ ସୁରକ୍ଷିତ ମଣିବେ । ହେଲେ ଏହି ଯୋଜନା ହଠାତ୍‌ କାହିଁକି ଆଣିଲେ ? କେଉଁ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ ସେନେଇ ବି ନିଷ୍ପତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । 

କୋଲକତା ଦୁଷ୍କର୍ମ ମାମଲାକୁ ନେଇ ଉଠୁଛି ପଡୁଛି ପୂରା ଦେଶ । ତୁରନ୍ତ ଦୋଷୀକୁ କଡା ଶାସ୍ତି ଦେବା ପାଇଁ ଦାବି ବି ଜୋରଦାର ହେଉଛି । ଏହାରି ଭିତରେ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ରାୟ ଶୁଣାଇଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଘଟଣା ଘଟିବାର ୧୨ ଘଂଟା ପର୍ଯ୍ୟନ୍ତ କାହିଁକି ପୋଲିସ ମାମଲା ରୁଜୁ କରିନଥିଲା ସେନେଇ ବି ପ୍ରଶ୍ନ କରିଛନ୍ତି । ମାମଲାକୁ ନେଇ ଦିଦି ହରଣଘଣାରେ ପଡ଼ିବା ପରେ ନୂଆ ଯୋଜନା ରାଜ୍ୟରେ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ରାତିର ସାଥୀ

ଯୋଜନା ଲାଗୁ ହେଲେ ସବୁ ସରକାରୀ ଡାକ୍ତରଖାନାରେ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ମୁତୟନ ହେବେ  ।
ମହିଳା କର୍ମଚାରୀଙ୍କ ଲାଗି ସବୁ କର୍ମସ୍ଥଳରେ ବିଶ୍ରାମକକ୍ଷ ଓ ଶୌଚାଳୟ ବ୍ୟବସ୍ଥା ରହିବ ।
୧୨ ଘଂଟାରୁ ଅଧିକ ସମୟ ମହିଳା କର୍ମଚାରୀ କାମ କରିବେ ନାହିଁ ।
ରାତିରେ ମହିଳା କର୍ମଚାରୀଙ୍କୁ ଜଗିବା ପାଇଁ ସ୍ଵେଚ୍ଛାସେବୀ ମୁତୟନ ହେବେ ।
ନୂଆ ବ୍ୟବସ୍ଥା ଡାକ୍ତରଖାନା, ମେଡିକାଲ କଲେଜ, ଲେଡିଜ ହଷ୍ଟେଲ ଏବଂ ଅନ୍ୟକିଛି ସ୍ଥାନର କାର୍ଯ୍ୟରତ ମହିଳାଙ୍କ ନିକଟରେ ଲାଗୁ ହେବ । 
ସ୍ଥାନୀୟ ଥାନା ସହ ସଂଯୋଗ କରୁଥିବା ଆପକୁ ମହିଳା କର୍ମଚାରୀଙ୍କ ଫୋନରେ ଅପଲୋଡ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ବିରୋଧୀଙ୍କ ହଲ୍ଲାବୋଲ ଓ ଦେଶସାରା ସାଧାରଣ ଜନତାଙ୍କ ଆନ୍ଦୋଳନ ଓ ଡାକ୍ତରଙ୍କ ପ୍ରତିବାଦ ସାମ୍ନାରେ ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିରୋଧୀ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଥିବା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡ଼ିଛି ତାଙ୍କ ଜିଦ୍‌ । ସେଇଥି ଲାଗି ତ, ମାମଲାକୁ ଚାପି ଦେବାକୁ ନୂଆ ଯୋଜନା ଆଣିଛନ୍ତି ମମତା ସରକାର ।
 

Sponsored
kolkata-rape-murder | Argus News