Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଲଜ୍ଜା : ବିଜେପି ପକ୍ଷରୁ ଆଜି 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା

Manini Pattanayak
Browse all articles by Manini Pattanayak
·1 year ago·1 min read
କୋଲକାତା ଲଜ୍ଜା : ବିଜେପି ପକ୍ଷରୁ ଆଜି 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା

ନୂଆଦିଲ୍ଲୀ: କୋଲକାତା ଲଜ୍ଜା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ଥମୁନାହିଁ ହଙ୍ଗାମା। ବିଜେପି ପକ୍ଷରୁ ଆଜି 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଛୋଟ ମୋଟ ହିଂସାକାଣ୍ଡର ଖବର ସାମ୍ନାକୁ ଆସିଛି । ୟା ଭିତରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଟିଏମସିର ଗୁଣ୍ଡାମାନେ ଭାଟପାରାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରେ ଫାୟାରିଂ କରିଛନ୍ତି। ଯେଉଁଥିରେ ଡ୍ରାଇଭର ଆହତ ହୋଇଛି। ବିଜେପି ନେତା କହିଛନ୍ତି ଯେ ତାଙ୍କ ଗାଡ଼ି ଉପରେ 6 ରାଉଣ୍ଡ ଫାୟାରିଂ କରାଯାଇଛି। ଯାହାର ଭିଡିଓ ବି କ୍ୟାମେରାରେ କଏଦ ହୋଇଛି।

ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଶୁଭେନ୍ଦୁ ଅଧିକାରୀ ଲେଖିଛନ୍ତି ଭାଟପାରାରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କ ଗାଡ଼ି ଉପରେ ଟିଏମସି ଗୁଣ୍ଡାମାନେ ଫାୟାରିଂ କରିଛନ୍ତି। ଗାଡ଼ିର ଡ୍ରାଇଭର ଦେହରେ ଗୁଳି ବାଜିଛି। ବନ୍ଦ ସଫଳ ରହିଛି ଏବଂ ଲୋକଙ୍କର ପୂର୍ଣ୍ଣ ସମର୍ଥନ ମିଳୁଛି। ପୋଲିସ ଓ ଟିଏମସି ଗୁଣ୍ଡାଙ୍କର ବିଷାକ୍ତ ମେଣ୍ଟ ବିଜେପିକୁ ଭୟଭୀତ କରିପାରିବ ନାହିଁ। ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ନବାନ୍ନ ଘେରାଉ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ଡାକରା ଦେଇଛି ବିଜେପି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଏବଂ ପୁଲିସ ଆକ୍ସନର ପ୍ରତିବାଦରେ ବିଜେପି ଏହି ବନ୍ଦ ଡାକରା ଦେଇଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored