ବସ ଦୁର୍ଘଟଣାରେ 12 ମୃତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାମ ସାରି ଘରକୁ ଫେରିବା ସମୟରେ ଖଣିକୁ ଖସିପଡିଲା ବସ୍ । ଫଳରେ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି । ଛତିଶଗଡର ଦୁର୍ଗ ଜିଲ୍ଲାର କୁମହରୀ ଅଞ୍ଚଳରେ ଘଟିଛି ଏହି ଅଘଟଣ । 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଆହତ ହୋଇଛନ୍ତି ।
ଦୁର୍ଗ ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ଶୁକ୍ଲାଙ୍କ କହିବାନୁଯାୟା କୁମହରୀ ପୋଲିସ ଷ୍ଟେସନ ପରିସରରେ ଥିବା ଖାପ୍ରି ଗ୍ରାମ ନିକଟରେ କରୋଇ କମ୍ପାନୀର କର୍ମଚାରୀମାନେ କାମ ସାରି ଘରକୁ ଫେରୁଥିଲେ ରାତି ପ୍ରାୟ 8.30 ସମୟରେ ଏହି ଦୁର୍ଘଟଣା ଘଟିଥିଲା । ।ପ୍ରାଥମିକ ସୂଚନା ଅନୁଯାୟୀ 30 ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବସଟି 40 ଫୁଟ୍ ଗଭୀର 'ମୁରୁମ୍' ଖଣିରେ ଖସିପଡିଥିଲା ।
ଏନେଇ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସେହିପରି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆମର ଆତ୍ମାର ସଦଗତି କାମନା କରିଛନ୍ତି ।
📱 Get Argus News App
✨छत्तीसगढ़ के दुर्ग में हुआ बस हादसा अत्यंत दुखद है। इसमें जिन्होंने अपने प्रियजनों को खोया है, उनके प्रति मेरी संवेदनाएं। इसके साथ ही मैं घायलों के शीघ्र स्वस्थ होने की कामना करता हूं। राज्य सरकार की निगरानी में स्थानीय प्रशासन पीड़ितों की हरसंभव मदद में जुटा है।
— Narendra Modi (@narendramodi) April 9, 2024