ମାଓ ଅପରେସନକୁ ବଡ଼ ସଫଳତା: ଏନକାଉଣ୍ଟରରେ ୧୨ ନକ୍ସଲ ସଫା, ବିପୁଳ ମାଓ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ: ଛତିଶଗଡ଼ରେ ମାଓ ଅପରେସନକୁ ବଡ଼ ଧରଣର ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୧୨ ନକ୍ସଲ । ବିଜାପୁର ଜିଲ୍ଲା ଦକ୍ଷିଣ ବସ୍ତର ଏରିଆ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ମାଓ ଅପରେସନରେ ସାମିଲ ହୋଇଛନ୍ତି ୩ ଜିଲ୍ଲାର ପ୍ରାୟ ୧୫ ଶହରୁ ଅଧିକ ଯବାନ ।
ବିଜାପୁର, ସୁକମା ଓ ଦନ୍ତେୱାଡା ଜିଲ୍ଲାର DRG ଯବାନ, କୋବ୍ରା ବାହିନୀର ୨୦୪, ୨୦୫, ୨୦୬, ୨୦୮ ଓ ୨୧୦ ବାଟାଲିୟନର ଯବାନଙ୍କ ସହ CRPF ୨୨୯ ବାଟାଲିୟନ ଯବାନ ମଧ୍ୟ ଏହି ନକ୍ସଲ ଅପରେସନରେ ସାମିଲ୍ ହୋଇଛନ୍ତି ।
📱 Get Argus News App
✨ଗୁରୁବାର ସକାଳେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଆହତ ହୋଇଥିଲେ ୨ ଯବାନ । ବାସାଗୁଡ଼ା ଥାନା ପୁତକେଲ ସିଆରପିଏଫ କ୍ୟାମ୍ପ କୋବ୍ରା ବାଟାଲିୟନର ଯବାନ କେରିପୁ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଏହି ବିସ୍ଫୋରଣ ହୋଇଥିଲା । ୨ ଆହତ ଯବାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେଡିକାଲ ନିଆ ଯାଇଥିଲା ।
ଅନ୍ୟପଟେ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି । ପୁଙ୍ଗାରପାଲ ଥାନା କୁଟୁର ଓ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଅପରେସନ ସମୟରେ ଏହି ସଫଳତା ମିଳିଛି । ୧୪ଟି ଭାର୍ମର ବନ୍ଧୁକ, ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।