Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ 13ଟି MoU ସ୍ଵାକ୍ଷରିତ

National

ଦିଲ୍ଲୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ 13ଟି MoU ସ୍ଵାକ୍ଷରିତ

Rashmita Mishra
Browse all articles by Rashmita Mishra
·1 year ago·2 min read
 ଦିଲ୍ଲୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ 13ଟି MoU ସ୍ଵାକ୍ଷରିତ

ଦୁଇ ଦିନିଆ ଦିଲ୍ଲୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୧୩ଟି MoU ସ୍ଵାକ୍ଷରିତ ହୋଇଛି। IOCL ସହ ଡୁଆଲ-ଫିଡ୍‌ ନାପଥା କ୍ରାକର ପ୍ରୋଜେକ୍ଟ ପାଇଁ MoU ହୋଇଛି । ୫୮ ହଜାର କୋଟିର ପୁଞ୍ଜି ସହ ୨୪ ହଜାର ନିଯୁକ୍ତି ଲକ୍ଷ୍ୟ ରହିଛି । ଏହାସହ ISPR, ପେଟ୍ରୋନେଟ୍‌ LNG ସହ ମଧ୍ୟ ବୁଝାମଣା ସ୍ବାକ୍ଷରିତ ହୋଇଛି। ମୋଟ ୧ ଲକ୍ଷ ୩ ହଜାର ୯୦ କୋଟିର ପୁଞ୍ଜି ଆସିବାକୁ ଥିବାବେଳେ ୯୫ ହଜାରରୁ ଅଧିକ ନିଯୁକ୍ତି ନେଇ ସୁଯୋଗ ସୃଷ୍ଟି ହେବ।

ଏହି ପ୍ରକଳ୍ପ ଓଡ଼ିଶାରେ ଏମଏସଏମଇ କ୍ଷେତ୍ରର ବିକାଶକୁ ତ୍ବରାନ୍ବିତ କରିବା ସହ ନିଯୁକ୍ତି ସୃଷ୍ଟି, ରାଜସ୍ବ ବୃଦ୍ଧି ଏବଂ ଔଦ୍ୟୋଗିକ ନିବେଶକୁ ପ୍ରୋତ୍ସାହିତ କରିବ । ଏହି ପୁଞ୍ଜି ନିବେଶ ସହ ଓଡ଼ିଶା ବିଶ୍ବର ପେଟ୍ରେ କେମିକାଲ୍ସ ହବ୍ ବନିବାକୁ ଯାଉଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ଆଗାମୀ ଦିନରେ ସାରା ଦେଶର ନେତୃତ୍ବ ନେବ । ଗତ ୧୦ ବର୍ଷରେ ଓଡ଼ିଶାରେ ପେଟ୍ରୋଲିୟମ୍ ଓ ପୋଟ୍ରୋକେମିକାଲ୍ସ କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା ମୂଲ୍ୟର ୩୫ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ୧.୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କ୍ରିୟାନ୍ବୟନ ହେଉଛି ଏବଂ ଆଉ କିଛି କାର୍ଯ୍ୟକାରୀ ହେବା ଅବସ୍ଥାରେ ଅଛି।

ପେଟ୍ରୋଲିୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ
ପାରାଦୀପ କ୍ରୁଡ୍ ଅଏଲ ଷ୍ଟୋରେଜ୍ ଫାସିଲିଟି, ୫୮,୦୪୨ । ଚଣ୍ଡିଖୋଲ ଅଏଲ ଏନଏନଜି ଟର୍ମିନାଲ,୮୭୪୩ । ଗୋପାଳପୁର ଅଏଲ ଏନଏନଜି ଟର୍ମିନାଲ ୨୩୦୬ ।

୩୪ ହଜାର ୫୫୫ କୋଟି ଟଙ୍କା ବ୍ୟୟରେ ୧୫ MMTPA ବିଶିଷ୍ଟ ପାରାଦ୍ବୀପ ରିଫାଇନାରୀ ସମ୍ପ୍ରସାରଣ ହୋଇଛି
୫୬୫୪ କୋଟି ଟଙ୍କା ବ୍ୟୟରେ ମେଗା ମୋନୋ ଇଥାନଲ ଗ୍ଲିକୋଲ ପ୍ରକଳ୍ପ
୩୧୫୦କୋଟି ଟଙ୍କା ବ୍ୟୟରେ ପାରାଦୀପରେ ପଲିପ୍ରପିଲିନ ପ୍ରକଳ୍ପ
୫ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଧାମରାରେ ଏନଏନଜି ଟର୍ମିନାଲ ହୋଇଛି
ପୂର୍ବରୁ ଓଡ଼ିଶାରେ ଏଲପିଜି ସଂଯୋଗ ୨୧ ଲକ୍ଷ ଥିବା ବେଳେ ୨୦୧୪ ପରେ ଏହା ବଢି ୧କୋଟି ୪ ହଜାରରେ ପହଞ୍ଚିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
13-mous-signed-in-the-presence-of-chief-minister-mohan-majhi-in-delhi-investors-meet | Argus News