Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

14 ଦିନିଆ ନ୍ୟାୟିକ ହେପାଜତରେ ଅଭିଯୁକ୍ତ ସଂଜୟ ରୟ 

Manini Pattanayak
Browse all articles by Manini Pattanayak
·1 year ago·1 min read
14 ଦିନିଆ ନ୍ୟାୟିକ ହେପାଜତରେ ଅଭିଯୁକ୍ତ ସଂଜୟ ରୟ 

ନୂଆଦିଲ୍ଲୀ:  କୋଲକାତା ଲଜ୍ଜା । ସାରା ଦେଶରେ ବଢୁଛି ବିରୋଧ । ଆଜି ଅଭିଯୁକ୍ତ ସଂଜୟ ରୟକୁ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଇଛି । ଏପରି ସମୟରେ ସଂଜୟଙ୍କ ଶାଶୁଙ୍କୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୋଷୀକୁ ଉଚିତ ଦଣ୍ଡ ମିଳୁ ବୋଲି କହିଛନ୍ତି ସଂଜୟଙ୍କ ଶାଶୁ ।  

କାର୍ଯ୍ୟରତ ଡାକ୍ତରଙ୍କୁ ମେଡ଼ିକାଲରେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋରଦାର । କାରଣ ରୋଗୀ ସେବା କରିବା ପରେ ସେମିନାର ରୁମରେ ରେଷ୍ଟ ନେବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା ଡାକ୍ତର ଜଣକ । ଖାଲି ଦୁଷ୍କର୍ମ କରାଯାଇଥିଲା ତାହା ନୁହେଁ ବରଂ ଅତି ନୃଶଂସ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏ କଥା ସ୍ପଷ୍ଟ ହେବା ସହିତ ଶରୀରରେ ପ୍ରାୟ ୧୬ ଜାଗାରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି । ସେପଟେ ମାମଲାର ଗୁରୁତ୍ଵକୁ ଦେଖି ସୁପ୍ରିମକୋର୍ଟ ମଧ୍ୟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରି ଦୁଇଦୁଇ ଥର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ମମତା ସରକାର ଓ ପୋଲିସକୁ କଡ଼ା ଭତ୍ସନା ବି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14 days in judicial custody Sanjay Roy | Argus News