Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅମୃସତରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ, ହେଲେ ...

Banajyotshna Ray
Browse all articles by Banajyotshna Ray
·1 year ago
ଅମୃସତରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ, ହେଲେ ...

ପଞ୍ଜାବର ଅମୃସତର ମଜିଠା ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୬ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ଥାନିୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମଜିଠା ଅଞ୍ଚଳର ଭାଙ୍ଗାଲି, ପାତାଲପୁରୀ, ମାରାରି କଲାନ, ଥେରେୱାଲ ଏବଂ ତାଳୱାଣ୍ଡି ଘୁମାନ ଗାଁରେ ବିଷାକ୍ତ ମଦ ପିଇ ଏକାଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ମଦ ବିକ୍ରି କରୁଥିବା ମଦ ବ୍ୟବସୟୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।


ଅନ୍ୟପଟେ ମଦ ଯୋଗାଇଥିବା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ୫ଟି ଗାଁରେ ଘରକୁ ଘର ବୁଲି ସତର୍କ କରାଇଛି ପ୍ରଶାସନ । ଏତେ ଘଟଣା ପରେ ମଧ୍ୟ ଲୋକମାନେ ସତର୍କ ନହୋଇ ପୁଣି ମଦ ପିଇ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
14-people-die-after-consuming-poisoned-liquor-in-amritsar | Argus News