Videos
|
National

ଅଜଗର କବଳରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

Arpita Mohanty
Browse all articles by Arpita Mohanty
·2 years ago·1 min read
ଅଜଗର କବଳରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ଅର୍ଗସ ବ୍ୟୁରୋ: 15 ଫୁଟ୍ ଅଜଗର କବଳରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି। ଘଟଣାଟି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ । ଜଣେ ବ୍ୟକ୍ତି ଜଙ୍ଗଲକୁ ପରିଶ୍ରା କରିବାକୁ ଯାଇଥିବା ସମୟରେ ଅଜଗର ହାବୁଡ଼ାରେ ପଡିଯାଇଥିଲେ। ଅଜଗରଟି ନିଜ ଲାଞ୍ଜରେ ବ୍ୟକ୍ତଟିର ବେକକୁ ଗୁଡାଇ ଧରିଥିଲା। ବହୁ କଷ୍ଟରେ ବ୍ୟକ୍ତି ଜଣକ ଅଜଗରର ମୁହଁ ଧରିବାରେ ସଫଳ ହୋଇଥିଲେ ଏବଂ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ସେହି ବାଟ ଦେଇ ଯାଉଥିବା ଗାଁ ଲୋକେ ତାଙ୍କ ଚିତ୍କାର ଶୁଣି ବ୍ୟକ୍ତିଜଣଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ।ସେତେବେଳକୁ ଅଜଗରଟି ତାଙ୍କ ବେକରୁ ଗୋଡ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଗୁଡ଼ାଇ ଧରିଥିଲା। ସେ ଶ୍ବାସରୁଦ୍ଧ ହୋଇଯାଇଥିଲେ।ସ୍ଥାନୀୟ ଲୋକମାନେ ଏକ ସେକେଣ୍ଡ ବି ନଷ୍ଟ ନକରି ସାଙ୍ଗେ ସାଙ୍ଗେ ଅଜଗରକୁ ସେହି ବ୍ୟକ୍ତିଙ୍କଠାରୁ ଅଲଗା କରିବାକୁ ଚେଷ୍ଟା କରିଥିଲେ ଏବଂ କୁରାଢିରେ ଅଜଗରଟିର ହତ୍ୟା କରିଥିଲେ।

ତେବେ ଅଜଗର ହତ୍ୟା ପାଇଁ ଗ୍ରାମବାସୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କାରଣ ଯଦି କୌଣସି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ପ୍ରାଣୀର ହତ୍ୟା କରାଯାଏ, ତେବେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ ନାହିଁ ବୋଲି ଜଙ୍ଗଲ ବିଭାଗର ଅଧିକାରୀ କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
15-foot python tries to swallow Jabalpur man, locals save him | Argus News