Mao offers to surrender / ଆତ୍ମସମର୍ପଣ କରିବେ ୧୫ ମାଓବାଦୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିକାଶ
·4 months ago·2 min read

Key Points
ଆତ୍ମସମର୍ପଣ କରିବେ ୧୫ ଜଣ ମାଓବାଦୀ
ବଲାଙ୍ଗିର, ବରଗଡ଼ ଓ ମହାସମୁନ୍ଦ (BBM) ଡିଭିଜନର ମାଓବାଦୀ
ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଲେଖିଲେ ଚିଠି

ଆତ୍ମସମର୍ପଣ କରିବେ ବଲାଙ୍ଗିର, ବରଗଡ଼ ଓ ମହାସମୁନ୍ଦ (BBM) ଡିଭିଜନର ୧୫ ଜଣ ମାଓବାଦୀ। ମୁଣ୍ଡ ଉପରେ ୬୫ ଲକ୍ଷର ଘୋଷଣା ଥିବା (BBM) ଡିଭିଜନର ମୁଖିଆ ବିକାଶଙ୍କ ସମେତ ଅନ୍ୟ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିବେ । ଏଥିପାଇଁ ଛତିଶଗଡ଼ ସରକାରର ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମାଓବାଦୀ। ମାଓବାଦୀଙ୍କ ପ୍ରସ୍ତାବ ଗ୍ରହଣ କରି ମାଓବାଦୀଙ୍କୁ ବାର୍ତ୍ତା ଦେଇଛନ୍ତି ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା।
ଚିଠିରେ ନକ୍ସଲ ଉଲ୍ଲେଖ କରିଛନ୍ତି, ବନ୍ଧୁକ ଧରି ଜନ ଯୁଦ୍ଧ କରିବା ଅସମ୍ଭବ। ଆତ୍ମସମର୍ପଣ କରି ଜନତାଙ୍କ ସହ ରହି କରିବା ଠିକ୍ ପଦକ୍ଷେପ ହେବ। ଆମକୁ ଜଙ୍ଗଲରୁ ବାହାରିବାକୁ ପ୍ରାୟ ଏକ ସପ୍ତାହ ଲାଗିବ। ମାର୍ଚ୍ଚ ୧୫ ସୁଦ୍ଧା ଛତିଶଗଡ଼ରେ ଆତ୍ମସମର୍ପଣ କରିବୁ ବୋଲି ନିଷ୍ପତ୍ତି ନେଇଛି ସଂଗଠନ । ଆତ୍ମସମର୍ପଣ ପାଇଁ ୧୫ ନକ୍ସଲ ଜଙ୍ଗଲରୁ ବାହାରି ସାରିଛନ୍ତି | କିଛି ଆଗରେ ରହିଛନ୍ତି ଏବଂ କିଛି ନକ୍ସଲ ରୋଗାଗ୍ରସ୍ତ ଥିବାରୁ ଧୀରେ ଧୀରେ ଆସୁଛନ୍ତି। ମାର୍ଚ୍ଚ ୧ ତାରିଖ ସୁଦ୍ଧା ଛତିଶଗଡ଼ ସରକାରଙ୍କ ସହ ସଂପର୍କରେ ଆସିବୁ। ସବୁଜ ସଙ୍କେତ ମିଳିଲେ ଆତ୍ମସମର୍ପଣ କରିବୁ | ତେବେ ଏହା ପୂର୍ବରୁ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ପୁଲିସକୁ କମ୍ବିଂ ଅପରେସନ୍ ନ କରିବା ପାଇଁ ନିର୍ଦେଶ ଦିଆଯାଉ। ନଚେତ ପୁଲିସକୁ ଦେଖି ନକ୍ସଲ ଏପଟେ ସେପଟେ ଚାଲିଯିବେ। ପୁଣି ତାଙ୍କୁ ଖୋଜିବା ମୁସ୍କିଲ ହେବ, ୩ଟି ଜିଲ୍ଲାରେ ପୋଲିସର ଗତିବିଧି କମିଲେ ସଂଗଠନର ବହୁ ନକ୍ସଲ ଆତ୍ମସମର୍ପଣ କରିବେ।
ଅନ୍ୟପକ୍ଷରେ କିଛି ନକ୍ସଲ ଏବେ ବି ସଂଗଠନର ଲକ୍ଷ୍ୟକୁ ନେଇ ଅଡ଼ି ବସିଛନ୍ତି। ତେବେ ସଂଗଠନ ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି। ନକ୍ସଲମାନେ ଆତ୍ମସମର୍ପଣ କରିବା ପରେ ସାମ୍ବିଧାନିକ ନିୟମ ଅନୁଯାୟୀ ଚଳିବେ ଏବଂ ଆଗାମୀ ଦିନରେ ଏକ ପାର୍ଟି ଗଠନ କରିବେ । ତାକୁ ସରକାର ଗ୍ରହଣ କରିବା ଉଚିତ ବୋଲି କୁହାଯାଇଛି।
ସେପଟେ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସରକାର ଟାର୍ଗେଟ୍ ଦେଇଛନ୍ତି। ଏହା ପୂର୍ବରୁ ମାଓ ଦମନ ଅଭିଯାନକୁ ଜୋରଦାର କରିଛି ପୁଲିସ। ଅପରେସନ୍ ବ୍ଲାକ୍ ଫରେଷ୍ଟ-୨ରେ ପରେ ଆତ୍ମସମର୍ପଣ ରାସ୍ତାକୁ ଫେରିବାକୁ ମନ ବଳାଇଛି ବିବିଏମ୍ ।
ସେପଟେ ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଛି ମାଓ ବାଦ୍। ପ୍ରତିଦିନ କେଉଁ ଅଞ୍ଚଳରେ ମାଓ ବାଦୀ ଆତ୍ମସମର୍ପଣ କରୁଛନ୍ତି ତ କେଉଁଠି ଏନକାଉଣ୍ଟରରେ ନିହତ ହେଉଛନ୍ତି। ଗତ କିଛିଦିନ ତଳେ ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସୁରକ୍ଷାବାହିନିର ୫ ମାଓବାଦୀ ନିହତ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories